ଗଞ୍ଜାମ : ଟ୍ରେନ୍ ଯୋଗେ ମୁମ୍ବାଇ ଗଞ୍ଜେଇ ଚାଲାଣ ଯୋଜନା ବେଳେ ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ଏକ ଟିମ୍ ଛତ୍ରପୁର ରେଳଷ୍ଟେସନରେ ଚଢ଼ଉ କରି ଜଣେ ଯୁବକକୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଅଭିଯୁକ୍ତ ଜଣକ ହେଉଛି ଗୋଳନ୍ଥରା ଥାନା ଅଂଚଳର ସି.ଏଚ. ପାପେୟା ପାତ୍ର ଠାରୁ ୧୦୫ କେଜି ଓଜନର ଗଞ୍ଜେଇ ଓ ଏକ ବାଇକ୍ ଜବତ ହୋଇଛି । ପାପେୟା ଏହି ଗଞ୍ଜେଇ ଗଜପତି ଓ ଫୁଲବାଣୀରୁ ଆଣିଥିଲା । ମୁମ୍ବାଇ ଚାଲାଣ ପାଇଁ ସେ ଷ୍ଟେସନରେ ଟ୍ରେନ୍ କୁ ଅପେକ୍ଷା କରିଥିବା ବେଳେ ଅବକାରୀ ଅଧିକ୍ଷକ ଦେବୀପ୍ରସାଦ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଚଢ଼ଉ କରି ତାକୁ କାବୁ କରିଥିଲେ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୫ ହଜାର ଟଙ୍କା ହେବ ବୋଲି ଜଣାପଡିଛି ।
ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ଏସଆଇ ସୂର୍ଯ୍ୟନାରାୟଣ ରଥ, ରବିନ୍ଦ୍ରନାଥ ବିଶ୍ଵାଳ, କୁମୁଦ ଚନ୍ଦ୍ର ନାୟକ, କେ. ହେମବତୀ ରେଡ୍ଡି, ସୁରଜିତ୍ ପ୍ରଧାନ ଧନଞ୍ଜୟ ଦାଶ ଓ ପବିତ୍ର ସାହୁ ପ୍ରମୁଖ ଏହି ଚଢ଼ଉରେ ସାମିଲ୍ ଥିଲେ।