ଭୁବନେଶ୍ୱର : କେନ୍ଦ୍ର ସରକାର ଯେଉଁ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ଦୁଇଶହ ଟଙ୍କା ଲେଖାଏଁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏହା ଆହୁରି କମିବାର ଆବଶ୍ୟକତା ଥିଲା । ବିଜୁ ଜନତା ଦଳ ପକ୍ଷରୁ ଏହା କୁହାଯଇଛି ।
ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି ଯେ ଗ୍ୟାସ ଦର ସୀମା ବାହାରେ ଥିଲା । ଲୋକଙ୍କୁ ମାଗଣା ଗ୍ୟାସ ପ୍ରତିଶୃତି ଦେଇଥିଲେ ବି ଦର ଦୁର୍ବିସହ ହୋଇଥିଲା । ସାଧାରଣ ଲୋକଙ୍କୁ ଏହା ବହୁତ ବାଧୁଥିଲା । କେନ୍ଦ୍ର ସରକାର ୨୦୦ ଟଙ୍କା କମାଇଛନ୍ତି କିନ୍ତୁ ଆହୁରି କମିବାର ଥିଲା । ବର୍ତ୍ତମାନ ସ୍ଥିତିରେ ଦରଦାମ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ ।
ସେ ଆହୁରି କହିଛନ୍ତି. ଏବେ ଯେହେତୁ ଦର କମିଛି, ସେତେବେଳେ ସେମାନେ(ବିଜେପି) ଏହାକୁ ରାକ୍ଷୀ ଉପହାର ବୋଲି କହିପାରନ୍ତି | କିନ୍ତୁ ମହିଳାଙ୍କୁ ଯେମିତି ନ ବାଧିବ ସେମିତି ଦରଦାମକୁ ନିୟନ୍ତ୍ରଣ କରାଯିବା ଦରକାର । ଆମେ ଆଶା କରୁଛୁ ଗ୍ୟାସ ଦର ଆହୁରି କମାଇ ଦିଅନ୍ତୁ ।
ସେ କହିଛନ୍ତି, ମହିଳାମାନେ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଉପରେ ବିଶ୍ୱାସ ରଖନ୍ତି । ଯେତେବେଳେ କେହି ମହିଳାଙ୍କ କଥା ଚିନ୍ତା କରୁ ନଥିଲେ ସେବେ ନବୀନ ପଟ୍ଟନାୟକ ଆଗ ମହିଳାଙ୍କ ପାଇଁ ନିଷ୍ପତ୍ତି ନେଇଛନ୍ତି । ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ନବୀନ ପଟ୍ଟନାୟକ ସରକାର ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି।