ପୁରୀ : ମହାତ୍ମା ଗାନ୍ଧୀ ଏବଂ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉପଲକ୍ଷେ ଆପ୍ ତରଫରୁ ପୁରୀର ସ୍ୱଚ୍ଛ ସାଥିଙ୍କୁ ସମ୍ମାନିତ କରି ଏକ ନିଆରା ଢଙ୍ଗରେ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।
ଆଜି ଆମ୍ ଆଦ୍ମୀ ପାର୍ଟି ତରଫରୁ ଏକ ନିଆରା ଢଙ୍ଗରେ ମହାତ୍ମା ଗାନ୍ଧୀ ଏବଂ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଗାନ୍ଧୀ ହାଟରେ ଅପରାହ୍ନ ୪ ଟା ସମୟରେ ଆପ୍ ତରଫରୁ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ଟୁନା ନାୟକ ଏବଂ ଦେବାନନ୍ଦ ନାୟକ ଙ୍କ ସହ ଶତାଧିକ ସ୍ୱଚ୍ଛ ସାଥି ଗାନ୍ଧୀ ଘାଟରେ ଏକାଠି ହୋଇଥିଲେ । ପ୍ରଥମେ ପୁରୀ ଆପ୍ ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତି ଏବଂ ଟୁନା ନାୟକ ଙ୍କ ଦ୍ଵାରା ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ରେ ମାଲ୍ୟାର୍ପଣ ସରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆମ୍ ଆଦ୍ମୀ ପାର୍ଟି ସରକାର କିପରି ଦିଲ୍ଲୀରେ ସମସ୍ତ ସ୍ୱଚ୍ଛ ସାଥିଙ୍କ ମାସିକ ଦରମା ମାସର ପ୍ରଥମ ଦିନରେ ଦେଉଛି ଏବଂ ପାର୍ଟିର ନିର୍ବାଚନୀ ଚିହ୍ନ ଝାଡୁ ଯାହା ସ୍ୱଚ୍ଛ କାର୍ଯ୍ୟର ମୁଖ୍ୟ ଚିହ୍ନ ତେଣୁ ପୁରୀ କୁ ଅଳିଆ ଆବର୍ଜନା ରୁ ସଫା ରଖିବା ସହ ଆଗାମୀ ଦିନରେ ଝାଡୁ ଚିହ୍ନ ଦ୍ଵାରା ସରକାର ରେ ଥିବା ସମସ୍ତ ଦାଗି ଅଳିଆ ଙ୍କୁ ସଫକରିବା ପାଇଁ ଜିଲ୍ଲା ସମ୍ପାଦକ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ଆଜିର ପୁଣ୍ୟ ଦିନରେ ସେହି ମହାନ୍ ବ୍ୟକ୍ତି ଭାରତରେ ଜନ୍ମ ନେଇଥିଲେ ଯିଏ ଅହିଂସା ର ମାଧ୍ୟମ ରେ ଭାରତକୁ ସ୍ଵାଧୀନତା ଦେଇଥିଲେ । ତାଙ୍କର ମୁଖ୍ୟ ଲକ୍ଷ୍ୟ ସ୍ୱଚ୍ଛ ଭାରତ ହୋଇଥିବା ବେଳେ ସ୍ୱଚ୍ଛ ସାଥିଙ୍କୁ ଛାଡ଼ିଲେ କେହିବି ଏଥିପ୍ରତି ଆଗ୍ରହ ନାହାନ୍ତି । ଧଳା ଫର ଫର ସଫା ପୋଷାକ ପିନ୍ଧି ଭାଷଣ ଦେଉଛନ୍ତି ନା ତାଙ୍କ ମନରେ ସ୍ବଚ୍ଛତା ଅଛି ନା ସମାଜରେ ସ୍ବଚ୍ଛତା ପାଇଁ ପ୍ରୟାସ ଅଛି ।ମିଛ କଥା କହି ଗରିବ ଦଳିତ ଲୋକଙ୍କୁ ଠକି ନିଜ ରାଜନୀତି କରୁଛନ୍ତି । ଆପ୍ ସବୁବେଳେ ସବୁ ସମୟରେ ସ୍ୱଚ୍ଛ ସାଥିଙ୍କ ସହ ଅଛି ଏବଂ ଆଗକୁ ସ୍ୱଚ୍ଛ ସାଥିଙ୍କ ସମସ୍ତ ଅସୁବିଧା ର ସମାଧାନ ପାଇଁ ଦରକାର ପଡ଼ିଲେ ଆପ୍ ରାଜରାସ୍ତା କୁ ଓହ୍ଲେଇଵ ବୋଲି ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି କହିଛନ୍ତି। ବିଭିନ୍ନ ସମୟରେ ଏହି ଦଳିତ ସମାଜକୁ ସ୍ୱଚ୍ଛ ସାଥୀ ନାମ ଦେଇ ସମସ୍ତ ପ୍ରକାର ଶୋଷଣ କରୁଛନ୍ତି । ସରକାର ନା ସମୟରେ ଦରମା ଅଛି ନା ସରକାରୀ ଚାକିରି ର ସମସ୍ତ ସୁବିଧା । ରାତିରେ ସମସ୍ତେ ନିଦ୍ରାରେ ସୋଇଥିବା ବେଳେ ଏହି ସ୍ୱଚ୍ଛ ସାଥୀ ସହରକୁ ସଫା ସୁତୁରା ରଖୁଛନ୍ତି । ବିଭିନ୍ନ ସମୟରେ ପୁରୀର କିଛି ମୁଣ୍ଡ ବିକା ନେତା ମିଛ କହି ଆର୍ଥିକ ଲୁଣ୍ଠନ ସହ ନିଜ ରାଜନୀତି ପାଇଁ କେବଳ ଦଳିତ ସମାଜକୁ ବ୍ୟବହାର କରୁଛନ୍ତି ବୋଲି ଦଳିତ ସମାଜ ନେତା ଟୁନା ନାୟକ କହିଛନ୍ତି । ଶେଷରେ ସମସ୍ତ ସ୍ୱଚ୍ଛ ସାଥିଙ୍କୁ ଉତ୍ତରୀୟ ଏବଂ ଗୋଲାପ ଫୁଲ ଦେଇ ଆମ୍ ଆଦ୍ମୀ ପାର୍ଟି ତରଫରୁ ସମ୍ବର୍ଦ୍ଧନା କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଆପ୍ ର ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି , ସମ୍ପାଦକ ସତ୍ୟଜିତ ମହାନ୍ତି, ଜିଲ୍ଲା ମୁଖପାତ୍ର ଅନିଲ ସେନାପତି , ଜିଲ୍ଲା ଅଫିସ୍ ସମ୍ପାଦକ ଅଭିଷେକ ପାଣିଗ୍ରାହୀ , ଜିଲ୍ଲା ସୋସିଆଲ ମିଡିଆ ଅଧ୍ୟକ୍ଷ ସମୀର ସେନାପତି , ଜିଲ୍ଲା ଯୁବ ସମ୍ପାଦକ ଜନ୍ମଜୟ ଜେନା , ସୁନିଲ ଜେନା ଏବଂ ସୂର୍ଯ୍ୟକାନ୍ତ ମିଶ୍ର ଉପସ୍ଥିତ ଥିଲେ ।