ବଲାଙ୍ଗିର : ଜେ ଏସ୍ ମେ ବାଣିଜ୍ୟ ଓ କଳା ମହାବିଦ୍ୟାଳୟରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତି ପାଳନ କରିଛନ୍ତି । ଏଥିରେ ମୁଖ୍ୟ ଅତିଥୀ ଭାବରେ ଡ ସୁଜିତ କୁମାର ପ୍ରୁସେଥ, ଆସୋସିଏଟ୍ ପ୍ରଫେସର, ଆଇଆଇଏମ୍ ସମ୍ବଲପୁର, କଲେଜର ଉପଦେଷ୍ଠା ଶ୍ରୀ ମନରଞ୍ଜନ୍ ସହୁ, ଉପଦେଷ୍ଠା ଶ୍ରୀ ପିତବାସ ପଣ୍ଡା, କଲେଜ ଅଧ୍ୟକ୍ଷ ସିଏ ଶ୍ରୀକନ୍ତ ର୍ଶମା ଓ ପ୍ରଧାନ ଶିକ୍ଷ୍ୟୟତ୍ରୀ ମୋନିକା ଜେସୱାଲ ପୁଣି ସମାଜ ସେବାର ଜଡିତ ଥିବା ଅନିଲ୍ ମୋଦି ମଧ୍ୟ ଉପସ୍ଥିତ ଥିଲେ ।
ମଂଚାସିନ ଥିବା ସମସ୍ତ ଅତିଥିଗଣ ଛାତ୍ର ଛାତ୍ରୀମାନଙ୍କୁ ଜାତୀୟ ପିତା ଗାନ୍ଧି ପୁଣି ଲାଲ ବାହଦୁର ଶାସ୍ତ୍ରୀଙ୍କ ଜୀବନର ବିଷୟରେ ଅନେକ ବିଷୟ ଉପସ୍ଥାପନା କରି ତାଙ୍କରୁ ଗୁଣ ଗୁଡିକକୁ ଅନୁସରଣ କରିବା ପାଇଁ ଉସାହିତ କରିଥିଲେ । ମୁଖ୍ୟ ଅତିଥି ନିଜର ଭାଷଣରେ ଛାତ୍ର ଛାତ୍ରୀମାନଙ୍କୁ ଗାନ୍ଧିଜୀଙ୍କ ବିଷୟରେ ଆନେକ ଗୁଢ ରହତ୍ସବିଷୟରେ ଜଣାଇଥିଲେ । ସେ କିପରି ଆତ୍ମ ଭରସା ଓ ଅହିସାଂ ବଲରେ ଦେଶର ପୁଣି ସମଗ୍ର ଦେଶ ନିମନ୍ତେ ଏକ ଆଦର୍ଶ ପୁରୁଷ ହୋଇପରିଥିଲେ ତାହା ଆଜିର ଛାତ୍ରଛାତ୍ରୀ ଗ୍ରହଣ କରିବା ଆବଶ୍ୟକ ପୁଣି ଶାସ୍ତ୍ରି ଯେଉଁ “ ଜୟ ଜବାନ , ଜୟ କିଶାନ” ର ସ୍ଲୋଗାନ ଦେଇଥିଲେ ସେଥିର ଗୁରୁତ୍ୟକୁ ବୁଝିବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ ।
ଶେଷରେ ଏହି ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତି ପାଳନ ଅବସରରେ ପିଲାମାନଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାର ବିଜେତା ମାନଙ୍କୁ ଅତିଥିଗଣ ଙ୍କ ଦ୍ୱାରା ପୁରଷ୍କାର ବିତରଣ କରାଯାଇଥିଲା