ଭୁବନେଶ୍ଵର : ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ଲାଗିରହିଛି । ଗତକାଲି ସକାଳ ୮ଟା ୩୦ ରୁ ଆଜି ସକାଳ ୮ଟା ୩୦ ସୁଦ୍ଧା ଖୋର୍ଦ୍ଧାରେ ସର୍ବାଧିକ ୮୮ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ହୀରାକୁଦରେ ୮୭.୮ ମି.ମି., ନବରଙ୍ଗପୁରରେ ୮୧ ମି.ମି., କେନ୍ଦୁଝରରେ ୭୦.୬ ମି.ମି., ପୁରୀରେ ୬୯.୬ ମିମି, ଭୁବନେଶ୍ଵରରେ ୬୩.୮ ମିମି ଏବଂ ଟିଟିଲାଗଡ଼ରେ ୬୦.୮ ମି.ମି.ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।