ଭୁବନେଶ୍ୱର : ଆସନ୍ତାକାଲି (ଶୁକ୍ରବାର) ସନ୍ଧ୍ୟାରେ ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ଦୂରଦର୍ଶନର ପ୍ରତିଷ୍ଠା ଦିବସ ପାଳନ ହେବାକୁ ଯାଉଛି । ୬୪ ବର୍ଷ ତଳେ ୧୯୫୯ ମସିହାର ଏହି ପବିତ୍ର ଦିନରେ ଦୂରଦର୍ଶନ ଆରମ୍ଭ କରିଥିଲା ତାର ପ୍ରସାରଣର ଯାତ୍ରା । ସେ ଦିନ କେବଳ ଦିଲ୍ଲୀ ମହାନଗରୀରେ ସୀମିତ ଥିବା ଦୂରଦର୍ଶନ ପ୍ରସାରଣ ଆଜି କେବଳ ଜାତୀୟ ସ୍ତରରେ ନୁହେଁ ଆନ୍ତର୍ଜାତୀକ ସ୍ତରକୁ ମଧ୍ୟ ପରିବ୍ୟାପ୍ତ । ସେହି ଶୁଭ ଦିନକୁ ମନେ ପକାଇବା ପାଇଁ ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ସେଦିନ ସନ୍ଧ୍ୟା ୭.୩୦ ରୁ ରାତି ୯.୩୦ ପର୍ଯ୍ୟନ୍ତ ଦୁଇ ଘଂଟାର ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ଓ କାର୍ଯ୍ୟକ୍ରମ ର ସିଧାପ୍ରସାରଣ ମଧ୍ୟ କରାଯିବ । ଏହି କାର୍ଯ୍ୟକ୍ରମରେ ଓଡିଶାର ସମସ୍ତ ଅଂଚଳର ଲୋକପ୍ରିୟ କଳାକାରମାନେ ଯୋଗଦେଇ ସେମାନଙ୍କ କଳାନୈପୁଣ୍ୟ ପ୍ରଦର୍ଶନ କରିବେ ।