ଭୁବନେଶ୍ୱର : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ପ୍ରାଧ୍ୟାପକ ଘନଶ୍ୟାମ ସାହୁଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି, ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଂ ଗ୍ରାମର ଅବସରପ୍ରାପ୍ତ ପ୍ରାଧ୍ୟାପକ ଘନଶ୍ୟାମ ସାହୁଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ l ସ୍ୱର୍ଗତ ସାହୁ ଜଣେ ସମାଜସେବୀ ଭାବେ ସେ ଅଞ୍ଚଳରେ ସୁପରିଚିତ ଥିଲେ l 1991 ମସିହା ବିଜେପୁର ବିଧାନସଭା ଉପନିର୍ବାଚନରେ ସେ ଆମ ଦଳର ପ୍ରାର୍ଥୀ ଭାବେ ଲଢ଼ି ଭଲ ଭୋଟ ମଧ୍ୟ ପାଇଥିଲେ l
ଏହି ଦୁଃଖଦ ସମୟରେ ମୁଁ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି l