ଭୁବନେଶ୍ୱର, ତା. ୧୮/୦୪ ରିଖ : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ଶକ୍ତି ବୃଦ୍ଧି ହେବାରେ ଲାଗିଛି । ପ୍ରତ୍ୟେକ ଦିନ ମିଶ୍ରଣ ପର୍ବ ଦ୍ୱାରା ଅନେକ ବିଜେଡ଼ି, ବିଜେପିର ନେତା ଓ କର୍ମୀମାନେ କଂଗ୍ରେସରେ ସାମିଲ ହେଉଛନ୍ତି । ଏହିକ୍ରମରେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ କଂଗ୍ରେସ ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ ଏବଂ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍ଗୋ ଙ୍କ ଉପସ୍ଥିତିରେ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ାର ବିଧାୟୀକା ହୋଇଥିବା ସିପ୍ରା ମଲ୍ଲିକ ଓ ବିଜୁ ମହିଳା ଦଳତା ଦଳର ପୂର୍ବତନ ସାଧାରଣ ସମ୍ପାଦିକା ତଥା ବଡ଼ଚଣାର ଜଣାଶୁଣା ସମାଜସେବୀ ମନୋରମା ଆଚାର୍ଯ୍ୟ ବିଧିବଦ୍ଧ ଭାବରେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଯୋଗଦାନ ପରେ ନିଜ ପ୍ରତିକ୍ରିୟାରେ ଶ୍ରୀ ମଲ୍ଲିକ କହିଛନ୍ତି ଆଜି ମୋ ପାଇଁ ଏକ ବଡ଼ ଦିନ, ମୋ ବାପା କଂଗ୍ରେସ ଦଳରେ ଥିଲେ । ମୁଁ ମଧ୍ୟ ଏହି ଦଳକୁ ଫେରିଛି ତେଣୁ ଅତ୍ୟନ୍ତ ଖୁସି ବୋଲି ନିଜ ପ୍ରତିକ୍ରିୟାରେ ଶ୍ରୀମତୀ ମଲ୍ଲିକ କହିଥିଲେ ।

କଂଗ୍ରେସ ଦଳର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ସହ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ପ୍ରଭାବିତ ହୋଇ ତାଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଛନ୍ତି ବୋଲି ଶ୍ରୀମତୀ ମନୋରମା ଆଚାର୍ଯ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଉଭୟ ନେତ୍ରୀଙ୍କୁ କଂଗ୍ରେସ ଯେଉଁ ଦାୟିତ୍ୱ ପ୍ରଦାନ କରିବ ତାକୁ ସୁୂଚାରୂପେ ତୁଲାଇବୋ ବୋଲି ପ୍ରତିଶ୍ରୁତି ଦେଲେ ।
ଆଜିର ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ କଂଗ୍ରେସର ମୁଖପାତ୍ର ମନୋରଞ୍ଜନ ଦାଶ, ସଂଗ୍ରାମ କିଶୋର ଓ ଝୁନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।