ରାଉରକେଲା : ରାଉରକେଲା ସ୍ମାର୍ଟ ସିଟି ଅଞ୍ଚଳରେ ଖାଦ୍ୟ ଯାଞ୍ଚ ଲାଗି ରହିଛନ୍ତି ଅନେକ ଅଧିକାରୀ । ହେଲେ ସାଧାରଣ ଲୋକେ ବଜାରରୁ ଯେଉଁ ଖାଦ୍ୟ ଖାଉଛନ୍ତି ତାହାର ସଠିକ୍ ମାନ ଯାଞ୍ଚ କରାଯାଉନାହିଁ । ବ୍ୟବସାୟୀଙ୍କର ଭୟ ରହୁନାହିଁ ଫଳରେ ବଜାରରେ ନିମ୍ନ ମାନର ଓ ଅପମିଶ୍ରିତ ଖାଦ୍ୟ ବର୍ତମାନ ହାଉଯାଉ ହେବାରେ ଲାଗିଛି । ଏନେଇ ସ୍ଥାନୀୟ ସ୍ୱାସ୍ଥବିଭାଗ ଅଧିକାରୀ କହୁଛନ୍ତି ପ୍ଲାନ ଅନୁସାରେ କାମ ହେଉଛି, କମିଶନର କହୁଛନ୍ତି କାମ ଚାଲିଛି ସଠିକ ଖବର ଦେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ରାଉରକେଲାରେ ୧୫ ବର୍ଷ ତଳେ ଜଣେ ମାତ୍ର ଫୁଡ ଇନ୍ସପେକ୍ଟର ଓ ତାଙ୍କର ୨ ସହଯୋଗୀ ରହି କାମ କରୁଥିଲେ । ସେତେବେଳେ ବଜାରରେ ସମସ୍ତ ପ୍ରକାର ଖାଦ୍ୟ ସଠିକ ମାନର ମିଳୁଥିଲା । ସାଂପୁଲ ତଥା ମାମଲା ସଂଖ୍ୟା ମଧ୍ୟ ବେଶ ଅଧିକ ରହୁଥିଲା ଫଳରେ ବେପାରୀ ଖାଦ୍ୟ ଅପମିଶ୍ରଣରୁ ଦୁରେଇ ରହୁଥିଲେ । ବର୍ତମାନ ଏହା ମହାନଗରର ମାନ୍ୟତା ପାଇଥିବା ବେଳେ ଏଠାରେ ୩ଜଣ ଫୁଡ ସେଫ୍ଟି ଅଫିସର ଓ ଜଣେ ସ୍ୱାସ୍ଥ ଅଧିକାରୀ ଦିର୍ଘ ବର୍ଷ ବର୍ଷ ଧରି ଏଠାରେ ରହିଛନ୍ତି । ସହରରେ ରାସ୍ତା କଡରେ ଚାଲିଥିବା ଫାଷ୍ଟଫୁଡ ସେଣ୍ଟର ଗୁଡିକରେ ମଲା କୁକୁଡାରେ ନିମ୍ନ ମାନର ଆରାରୁଟ, ଭେଜାଲ ରଂଗ, ନକଲି ଟମାଟୋ ଚିଲିସସ ସହ ବେନାମୀ ସସ୍ ତଥା ତେଲ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ କରାଯାଇ ବିଷ ଭଳି ଖାଦ୍ୟକୁ ବିକା ଚାଲିଛି ।,ସହରରେ ଅନେକ ବେନାମୀ ବିସ୍କୁଟ, ଚକଲେଟ,ଆଇସକ୍ରିମ, ନମକିନ ପାକେଟ ଓ କୋଲ୍ଡ ଡ୍ରିଙ୍କ ହାଉଯାଉମିଳୁଛି । ସହରର ବାସନ୍ତିକଲୋନୀ, ଛେଣ୍ଡ ସେକ୍ଟର ,ସାରନଗରୀ, ବନ୍ଧମୁଣ୍ଡା ଅଞ୍ଚଳ ସମେତ ଗଳିକନ୍ଦି ଅଞ୍ଚଳରେ ଥିବା ଜଳଖିଆ ଦୋକାନ ଗୁଡିକର ଅବସ୍ଥା କହିଲେ ନସରେ ।ଢାବା ଗୁଡିକରେ ଅପରିସ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଛି । ଏଠାରେ ପ୍ରସ୍ତୁତ ହେଉଥିବା ଖାଦ୍ୟ, ମିଠା ଗୁଡିକ ଯେଉଁ ସବୁ ତେଲ ମସଲାରେ ବ୍ୟବହାର ହେଉଛି ତାହା ଅତ୍ୟନ୍ତ ନିମ୍ନ ମାନର । ମାଛ ବଜାରକୁ ଗଲେ ଆନ୍ଧ୍ରା, ରାୟପୁର ଅଞ୍ଚଳରୁ ଆସୁଥିବା ମାଛ ଗୁଡିକରେ କେମିକାଲ ଦେଇ ସେଗୁଡିକୁ ବେପାରୀ ଦିର୍ଘ ଦିନ ରଖି ବିକି ଚାଲିଛନ୍ତି । ଫଳ ଏଗୁଡିକୁ ସେହି ଭଳି ଅଧିକ ଦିନ ରଖିବା ଲାଗି ସେଥିରେ ମଧ୍ୟ କେମିକାଲ ଦିଆଚାଲିଛି । ଫଳରେ ଏଗୁଡିକ ଘରକୁ ଆଣିବା ପରେ ଅଧା ଫଳ କିଛି ଦିନ ପରେ ପଚିଯାଉଛି ସେଗୁଡିକର ସ୍ୱାଦ ମଧ୍ୟ ଭିନ୍ନ ଲାଗୁଛି,ମାଛର ସ୍ୱାଦ ମଧ୍ୟ ରହୁନାହିଁ । କଦଳୀ ରାଉରକେଲା ସହରରେ କେବେ ହେଲେ ପାଚିବା ଦେଖାଯାଏନି, ଏହାକୁ କେମିକାଲ ଦେଇ ରଖାଯାଉଥିବାରୁ ଏହା ସବୁବେଳେ ଟାଣ ହୋଇ ରହୁଛି । ରାସନ ଦୋକାନରେ ମିଳୁଥିବା ଛତୁ ପାଉଡର ଗୁଡିକରେ ପୋକ ସାଲୁବାଲୁ ହେଉଥିବା ବେଳେ ଅନେକ ବେନାମୀ କମ୍ପାନୀର ରନ୍ଧା ତେଲ ଘିଅ ବିକାଚାଲିଛି । ପରିବାରେ ସିଜିନ ଅନୁସାରେ ରଂଗ ଓ କେମିକାଲ ମଧ୍ୟ ଦିଆଚାଲିଛି । ଲୋକେ ଏଭଳି ଖାଦ୍ୟକୁ ବାଧ୍ୟ ହୋଇ ଗ୍ରହଣ କରି ବିଭିନ୍ନ ରୋଗରେ ପଡିବା ସହ ଡାକ୍ତରଖାନା ଦଉଡୁଛନ୍ତି । ସହରର ବିଭିନ୍ନ ହୋଟେଲର ରୋଷେଇଶାଳ ଗୁଡିକର ଯେଉଁ ଅବସ୍ଥା ନକହିଲେ ଭଲ ।
ଏଭଳି ଅବସ୍ଥା ଭିତରେ ସହରର ଏହି ସ୍ୱାସ୍ଥ ବ୍ୟବସ୍ଥା କେବଳ କାଗଜ କଲମ କୁ ନେଇ ସରକାରୀ ବାବୁ ମାନେ ଟାରଗେଟ ପୁରଣ କରିବାରେ ବ୍ୟସ୍ତ । ଏଥିଲାଗି ରାଉରକେଲା ସ୍ମାର୍ଟ ସିଟିରେ ଗତ ୫ବର୍ଷରେ ଏସଡିଜେଏମ କୋର୍ଟରେ ମାତ୍ର ୧୫ଟି ମାମାଲା ହୋଇଥିବା ବେଳେ ରାଉରକେଲା ଏଡିଏମ ଙ୍କ କୋର୍ଟରେ ମାତ୍ର ୧୨ଟି ମାମାଲା ହୋଇଛି । ତେବେ ଦିର୍ଘ ବର୍ଷ ଧରି ଏହି ମାମାଲ ଗୁଡିକ ହୋଇଥିଲେ ସୁଦ୍ଧା ୫ବର୍ଷ ଭିତରେ କାହାକୁ ଗୋଟିଏ ଦଣ୍ଡ ବିଧାନ ହେବା ନେଇ ବିଭାଗ ପାଖରେ ଖବର ନାହିଁ । ଏଠାରେ ଥିବା ସ୍ୱାସ୍ଥ ଅଧିକାରୀ ଅନେକ ଦିନ ହେଲା ରାଉରକେଲାରେ ରହିଲେଣି ଆଉ ୨ବର୍ଷ ଭିତରେ ସେ ଅବସର ନେବେ ହେଲେ ତାଙ୍କ ସମୟ କାଳ ଭିତରେ ହୋଇଥିବା କାମ କେତେ ଗ୍ରହଣୀୟ ତାହା ତାଙ୍କୁ ପଚରା ଜିବାରୁ ସେକହିଛନ୍ତି କାମ ଚାଲିଛି, କମିଶନର ଏଭଳି କାମରେ କେତେ ସନ୍ତୁଷ୍ଟ ବୋଲି ପଚରାଜିବାରୁ ସେ କହିଛନ୍ତି କାମ ଚାଲିଛି ସଠିକ କୌଣସି ଖବର ଦେଲେ ତାହା ଉପରେ ବିଚାର କରାଜିବ ।ରାଉରକେଲା ଭଳି ସ୍ମାର୍ଟ ସିଟିରେ ହକି ସମୟରେ ଏହି ବିଭାଗ ବାବୁ ମାନଙ୍କୁ ବାହାରକୁ ବାହାରୁଥିବା ଦେଖାଯାଇଥିଲା, ତେବେ ବର୍ତମାନ ଖାଦ୍ୟ ପଦାର୍ଥ ଯାଞ୍ଚନକରି ବାହାରେ କିଏ ପୁଡିଆ, ସିଗାରେଟ ଖାଇଲା ତାକୁ ଜରିମାନା କରି ନିଜ ପାରିବା ପଣିଆ ଦେଖାଇବା ବେଶ ଆଲୋଚନାର ବିଷୟ ହୋଇଛି ।