
ଜୟପୁର, ୧୬ ଏପ୍ରିଲ – ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜୟପୁର ଠାରେ ଜିଲା ପୋଲିସ ତରଫରୁ ଫ୍ଲାଗମାଚ୍ଚ ର୍ କରାଯାଇଛି । ଏହି ଫ୍ଲାଗମାଚ୍ଚ ରେ କୋରାପୁଟ ଏସପି ଅଭିନବ ସୋନାକାର, ଏସଡିପିଓ ଅଙ୍କିତ କୁମାର ବର୍ମା, ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି, ଟାଉନ ଥାନା ଅଧିକାରି ରମଣି ରଞ୍ଜନ ଦଳେଇ ଙ୍କ ସହ ୨ କମ୍ପାନୀ ବିଏସଏଫ ଯବାନ ଉପସ୍ଥିତ ଥିଲେ । ଜୟପୁର ସହରରେ ଆଣ୍ଟି ସୋସିଆଲକୁ ସତର୍କ ଘଂଟି ସୂଚନା ଦେବା ଏବଂ ପୋଲିସ ପ୍ରତି ଲୋକଙ୍କ ଆସ୍ତା କୁ ବଜାୟ ରଖିବା ପାଇଁ ଏହି ଫ୍ଲାଗ ମାଚ୍ଚ କରାଯାଇଛି । ଏହି ଫ୍ଲାର୍ଗ ମାର୍ଚ୍ଚ ପଇଁତରା ମାରିବା ସହ ଆଂଟୀ ସୋସିଆଲ ଗତି ଉପରେ ତୀବ୍ର ଦୃଷ୍ଟି ରଖାଯାଇଛି ବୋଲି କୋରାପୁଟ ଏସପି ଅଭିନବ ସୋନାକାର ସୂଚନା ଦେଇଛନ୍ତି । ଏନେଇ କୋରାପୁଟ ଏସପି ଗଣମାଧ୍ୟମକୁ ସୁଚନା ଦେଇ କହିଛନ୍ତି ଯେ କୋରାପୁଟ ଜିଲାକୁ ୨ଟି ରାଜ୍ୟର ସିମାନ୍ତ ଲାଗିଛି । ଏନେଇ ସମସ୍ତ ସିମାନ୍ତ ଅଂଚଳରେ ଯାଂଚ କଡାକଡି କରାଯାଇଛି । ପ୍ରତ୍ୟେକ ନାଗରିକ ଯେପରି ସ୍ୱଛ ଓ ନିର୍ମଳ ନିବାଚନ ସୁନିଶ୍ଚିତ କରିପାରିବେ ସେ ପାଇ ପୋଲିସ ପ୍ରଶାସନ ତରଫରୁ ସବୁ ବ୍ୟବସ୍ଥା କରାଯାଇଛି । ଜିଲାରେ ଅପରାଧି ଉପରେ ପୋଲିସ ତରଫରୁ ଚପା ପକାଯାଇଛି ୧୦୭,୧୧୦ ଦଫା ସହ ଜାତୀୟ ନିରପତା ଆଇନ ଦ୍ୱାରା ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କୋରାପୁଟ ଜିଲା ସିମାନ୍ତ ବସ୍ତରରେ ଆସନ୍ତା ୧୯ ତାରିଖ ନିବାଚନ ହେବ ଏନେଇ ସେଠାର ଏସପିଙ୍କ ସହ ଆଲୋଚନା କରାଯାଇ ସୁରକ୍ଷାକୁ କଡା କଡି କରାଯାଇଛି । ଜିଲାର ୫ଟି ନିର୍ବାଚନ ମଣ୍ଡଳିରେ ଅପରାଧିକ କାର୍ଯ୍ୟ ହେଉଛି କିମ୍ବା ମତ ଦାନ ସମୟରେ ବିଶୃଙ୍ଖଳା କରୁଛି ତେବେ ଏସପି ଙ୍କ ମୋବାଇଲ ନମ୍ବରରେ ଜଣାଇବାକୁ ଅନୁରୋଧ କରିଛନ୍ତି । ଆନ୍ଧ୍ରର ପାବତିପୁରମ ଏସପିଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି ।