ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଆସନ୍ତା ୧୦ ଅଗଷ୍ଟରୁ ୧୯ ଅଗଷ୍ଟ ପଯ୍ୟନ୍ତ ଫାଇଲେରିଆ ରୋଗ ନିରାକରଣ ପାଇଁ ସାମୁହିକ ଔଷଧ ସେବନ ଅଭିଯାନ କାଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ଥିବା ନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି । ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆଜି ଏନେଇ ବିଶେଷ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ଓ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅସୋକ ଦାଶ ସୁଭାରମ୍ଭ କରିଥିଲେ । ପେହି ରଥ ସାମୁହିକ ଫାଇଲେରିଆ ନିରାକରଣ ଅଭିଯାନ ରେ ସାମୁହିକ ଔଷଧ ସେବନ ନେଇ ଜନଜାଗରଣ ସୃଷ୍ଟି କରିବ । ତେବେ ସମ୍ବଲପୁର ମହାନଗର ନିଗମ ସମେତ ଜିଲ୍ଲା ର ୯ ଗୋଟି ବ୍ଳକରେ ଏଥିପାଇଁ ସ୍ୱତନ୍ତ୍ର ଅଭିଯାନ ନେଇ ସୂଚନା ଦିଆଯାଇଛି । ଚଳିତ ବର୍ଷ ଏହି ଅଭିଯାନ ରେ ଜିଲ୍ଲା ରେ ୧୦୦ ପ୍ରତିଶତ ଔଷଧ ସେବନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ସେ ବେଳେ ଏଥର ୧୧ଲକ୍ଷ ୧୪୪୪୬ ଜଣ ଲୋକଙ୍କୁ ଏହି ଅଭିଯାନରେ ସାମିଲ କରାଯିବ ବୋଳି ସୁଚନା ଦିଆଯାଇଛି ।