ନୂଆଦିଲ୍ଲୀ : ସଂସଦର ଉଭୟ ଗୃହରେ ପାରିତ ହୋଇଛି ମହିଳା ସଂରକ୍ଷଣ ବିଲ୍ । ଏହାପରେ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି । ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍ ପାସ ହେବା ପରେ ଆଜି ବିଜେପି ମୁଖ୍ୟାଳୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଦେଶର କୋଣ ଅନୁକୋଣରୁ ଆସିଥିବା ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଖୁସି ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି । ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା କହିଛନ୍ତି ଯେ, ଏହି ବିଲ୍ ପାଇଁ ସେମାନଙ୍କୁ 27 ବର୍ଷ ଅପେକ୍ଷା କରିବାକୁ ପଡିଥିଲା । ଆଜିଠାରୁ ଏହି ଐତିହାସିକ ଯୁଗର ଶୁଭାରମ୍ଭ ହେଲା । ଏହି ବିଲ୍ ଏକ ସୁବର୍ଣ୍ଣ ଯୁଗରେ ପାରିତ ହୋଇଛି । ଏହା ମହିଳାମାନଙ୍କ ପାଇଁ ସବୁଠୁ ବଡଦିନ ।