ଗତକାଲି ବିଳମ୍ବିତ ରାତିରେ ଆସାମର ତିନସୁକିଆ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦଶରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । କୁହାଯାଉଛି ଯେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ଦ୍ୱାରା ଏକ ଟାଟା ମ୍ୟାଜିକ୍ ଧକ୍କା ଦେଇଥିଲା। ଆହତମାନଙ୍କୁ ତିନସୁକିଆ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଟାଟା ମ୍ୟାଜିକଟିକୁ କାଟିବା ପରେ ତା ଭିତରୁ ମୃତଦେହ ଗୁଡିକୁ ବାହାର କରାଯାଇଛି ବୋଲି କୁହାଯାଉଛି । ଏହା ପରେ ପୋଲିସ ଘଟଣାସ୍ଥଳକରେ ପହଞ୍ଚି ଟ୍ରକକୁ ଜବତ କରିଛି ।
ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ତିନସୁକିଆ ଜିଲ୍ଲାର ଡୁମଡୁମାର ସାପ୍ତାହିକ ବଜାରରୁ ସମସ୍ତ ପୀଡିତା ଟାଟା ମ୍ୟାଜିକ୍ ଯୋଗେ ଘରକୁ ଫେରୁଥିଲେ । ଅରୁଣାଚଳ ପ୍ରଦେଶରୁ ଆସୁଥିବା ଏକ ଟ୍ରକ କାକୋପାଥରର ବାର୍ଡିରାକ ନିକଟରୁ ମ୍ୟାଜିକ୍ ଟିକୁ ଧକ୍କା ଦେଇଥିଲା।
ମ୍ୟାଜିକ୍ ରେ ପ୍ରାୟ 15 ରୁ 20 ଜଣ ଲୋକ ଥିଲେ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଲୋକମାନେ କହିଥିଲେ ଯେ, ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟାଟା ମ୍ୟାଜିକ୍ ଟି ସମ୍ପୂର୍ଣ୍ନ ନଷ୍ଟ ହୋଇଯାଇଥିଲା। ଏଥିରେ ସାତ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଦଶରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଆହତଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଖବର ଲେଖିବା ପର୍ଯ୍ୟନ୍ତ ଚାରି ଜଣ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇସାରିଛି । ମୃତକଙ୍କ ମଧ୍ୟରେ ଚାରିଜଣ ମହିଳା ଏବଂ ତିନି ଜଣ ପୁରୁଷ ଅଛନ୍ତି ବୋଲି କୁହାଯାଉଛି । ସ୍ଥାନୀୟ ଲୋକ କହିଛନ୍ତି ଯେ, ଟ୍ରକ ଡ୍ରାଇଭର ମଦ୍ୟପାନର ଶିକାର ହୋଇଥିଲେ।