କେନ୍ଦ୍ରାପଡ଼ା : ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସାମ୍ବାଦିକ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଜିଲ୍ଲାର ସାମ୍ବାଦିକ ମାନେ ଏନେଇ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିବା ସହ ଆଲୋଚନା କରିଛନ୍ତି । ଅଭିଯୋଗ ଅନୁଯାୟୀ ମହାକାଳପଡ଼ା ଥାନା ଅନ୍ତର୍ଗତ ଓଳିଆ ଗ୍ରାମର ଭୀମସେନ୍ ସେଠି ନାମକ ଜଣେ ବ୍ୟକ୍ତି ଜିଲାପାଳଙ୍କ କାର୍ଯ୍ୟାଳୟ ରେ ନିୟମିତ ବସାଉଠା କରିବା ସହିତ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ନାନା ପ୍ରକାର ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ସର୍ବସମ୍ମୁଖରେ ସାମ୍ବାଦିକ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା, ଧମକ ଚମକ ଦେବା, ଜିଲାପାଳଙ୍କ କାର୍ଯ୍ୟାଳୟକୁ କୌଣସି କାର୍ଯ୍ୟରେ ଆସୁଥିବା ବ୍ୟକ୍ତିଙ୍କ ଠାରୁ ମିଥ୍ୟା କହି ଅର୍ଥ ଆଦାୟ କରିବା, ବିଭିନ୍ନ ସରକାରୀ ଅଧିକାରୀ, ଜନପ୍ରତିନିଧି, ପୋଲିସ, ସାମ୍ବାଦିକ, ସମ୍ବାଦପତ୍ର ଓ ନ୍ୟୁଜ ଚ୍ୟାନେଲ ନାମରେ ସାମାଜିକ ଗଣ ମାଧ୍ୟମରେ ଅଶ୍ଳୀଳ ଭାଷାରେ ଲେଖିବା ଇତ୍ୟାଦି କାର୍ଯ୍ୟରେ ଲିପ୍ତ ରହୁଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଅସାମାଜିକ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସାମ୍ବାଦିକ ମାନଙ୍କ ସୁରକ୍ଷା ଯୋଗାଇ ଦେବା ପାଇଁ ସାମ୍ବାଦିକ ମାନଙ୍କ ପ୍ରତିନିଧି ଦଳ ଜିଲ୍ଲାପାଳ ଅମୃତ ରୁତୁ ରାଜ ଓ ଏସ୍ପି ଏମ୍ ସମ୍ବିତ୍ ସମ୍ପଦ୍ ଙ୍କ ନିକଟରେ ଦାବି କରିଛନ୍ତି । ତେବେ ସମ୍ପୃକ୍ତ ଅସାମାଜିକ ବ୍ୟକ୍ତି ଙ୍କୁ ଜିଲ୍ଲାପ୍ରଶାସନ ର ସମସ୍ତ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ ଉପରେ କଟକଣା ଲାଗୁ କରିବା ପାଇଁ ଜିଲାପାଳ ଙ୍କ ନିକଟରେ ଦାବି ହୋଇଛି । ଏହି ପ୍ରତିନିଧି ମଣ୍ଡଳୀରେ ସାମ୍ବାଦିକ ମାତୃଦତ ମହାନ୍ତି, ଲକ୍ଷ୍ମୀ କାନ୍ତ ନାୟକ, ମହେଶ୍ ପାଢୀ, ଦିଲ୍ଲୀପ ମହାନ୍ତି, ଜୀବନ ସିଂ, ପ୍ରଦୀପ ସାହୁ, ବଲରାମ ବେହେରା, ଦୂର୍ଗା ପ୍ରସାଦ ପତି, ସେକ୍ ସଇଫୁଲା, ହରେକୃଷ୍ଣ ବେହେରା, ଅସିତ୍ ପଣ୍ଡା, ବିରେନ୍ଦ୍ର ଦାସ, ସନ୍ତୋଷ ପୋଥାଳ, ମାନସ ମଲ୍ଲ, ମୃତ୍ୟଞ୍ଜୟ ପରିଡା, ପ୍ରମୁଖ ଯୋଗଦେଇ ଦେଇଥିଲେ ।