ଭୁବନେଶ୍ୱର : ମାହାଙ୍ଗାରେ ନାବାଳିକାର ସନ୍ଦେହଜନକ ମୃତ୍ୟୁ ଘଟଣାରେ ରାଜ୍ୟ ମହିଳା କମିଶନ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି । ଏହାହ ୧୫ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ଘଟଣାରେ ସମ୍ପୃକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅଧ୍ୟକ୍ଷା କହିଛନ୍ତି ।
ଅନ୍ୟପକ୍ଷରେ ଏହି ମାମଲାରେ ମୃତ ଛାତ୍ରୀ ପଢୁଥିବା ସ୍କୁଲର କ୍ରୀଡ଼ା ଶିକ୍ଷକ ଓ ତାଙ୍କ ମାଙ୍କୁ ଜେରା କରି ଫେରିଛି ପୋଲିସ୍ । ଗୋକନ ସ୍କୁଲ କ୍ରୀଡ଼ା ଶିକ୍ଷକଙ୍କ ଜଗତସିଂହପୁର ଥାନା ଛେଳିଆଗଡ଼ ଗାଁ ସ୍ଥିତ ଘରେ ପହଂଚି କଟକ ଗ୍ରାମଂଚଳ ପୋଲିସ୍ କ୍ରୀଡ଼ା ଶିକ୍ଷକ ଓ ତାଙ୍କ ମା ଙ୍କୁ ପୋଲିସ ପଚରାଉଚରା କରିଛି । ଛାତ୍ରୀଙ୍କ ମୃତ୍ୟୁ ପରେ ଏକ ଚିଠି ଓ ଅଡିଓ ଭାଇରାଲ ହୋଇଥିଲା । ଅଡିଓରେ ମାହାଙ୍ଗାର ଜଣେ ବିଜେଡି ନେତାଙ୍କ ସ୍ୱର ରହିଥିଲା । ସେହି ଭାଇରାଲ ଅଡିଓ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କଟକ ଏସ୍ପି । ଅଭିଯୋଗ ଅନୁଯାୟୀ, ଗତ ଜୁନ୍ ୧୮ ତାରିଖରେ ଗାଁର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ମୃତ ନାବାଳିକା ଜଣକ ପଢୁଥିବା ସ୍କୁଲ୍ ର ଜଣେ ଶିକ୍ଷକଙ୍କ ସହ ପ୍ରେମ ସଂପର୍କ ଥିଲା । ଏହି କାରଣରୁ ଝିଅଟି ଆତ୍ମହତ୍ୟା କରିଥିବା ନେଇ ସଂପୃକ୍ତ ଶିକ୍ଷକଙ୍କ ମାଆଙ୍କ ସହ ମାହାଙ୍ଗାର ପୂର୍ବତନ ଚେୟାରମ୍ୟାନ ତଥା ବିଜେଡି ନେତା ଶରତ ନାୟକ ଫୋନ ବାର୍ତାଳାପର ଅଡିଓ ଭାଇରାଲ ହୋଇଛି ।