– ନୂଆ ଯୋଜନା ସିଏମ୍ କିଷାନ , ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି ବ୍ୟୟବରାଦ
ଭୁବନେଶ୍ୱର, 25 ଜୁଲାଇ – ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୩୩,୯୧୯ କୋଟି ଟଙ୍କାର କୃଷି ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୃଷି ଓ ଆନୁସଙ୍ଗିକ କ୍ଷେତ୍ରକୁ ଗୁରୁତ୍ୱ ଦେଇ ବହୁ ମହତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଘୋଷଣା ଅନୁଯାୟୀ ଚାଷୀଙ୍କ ଠାରୁ କୁଇଂଟାଲ ପିଛା ୩୧ଶହ ଟଙ୍କାରେ ଧାନ କିଣାଯିବ । ଧାର୍ଯ୍ୟ ଏମ୍ଏସ୍ପିଠାରୁ ୮ଶହ ଟଙ୍କା ଅଧିକ ଦିଆଯିବ । ଚାଷୀମାନଙ୍କ ପାଇଁ ନୂଆ ଯୋଜନା ସିଏମ୍ କିଷାନ ଆସିଛି । ସିଏମ୍ କିଷାନ ଯୋଜନା ପାଇଁ ୨୦୨୪-୨୫ ଆର୍ôଥକ ବର୍ଷ ପାଇଁ ୧୯୩୫ କୋଟି ବ୍ୟୟବରାଦ କରାଯାଇଛି ।
ବଜେଟରେ ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ଯୋଜନା ଘୋଷଣା କରାଯାଇଛି । ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି ବ୍ୟୟବରାଦ କରାଯାଇଥିବା ବେଳେ ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଘୋଷଣା କରାଯାଇଛି ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଉପଖଣ୍ଡ ସ୍ତରରେ ଶୀତଳ ଭଣ୍ଡାର ସ୍ଥାପନ କରାଯିବାକୁ ଯୋଜନାରହିଛି । ଆଗାମୀ ବର୍ଷମାନଙ୍କରେ ବ୍ଲକ ସ୍ତରରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।