ଭୁବନେଶ୍ୱର : ମାହାଙ୍ଗାରେ ନାବାଳିକାର ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି ।
ବିଜେପି ରାଜ୍ୟ ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ନିଲମ୍ବିତ ନେତା ଶରତ ନାୟକ ପ୍ରତାପ ଜେନାଙ୍କ ସହଯୋଗୀ ଥିଲେ । ସେ ପୋଲିସକୁ ଲଗାଇ ଘଟଣାକୁ ଚାପି ଦେବାର ଷଡ଼ଯନ୍ତ୍ର ରଚିଥିଲେ । ତେଣୁ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ।