ଭୁବନେଶ୍ୱର : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ପାଇଁ ଆବେଦନ ବିରୋଧରେ ପୂର୍ବତନ ପ୍ରେମିକା ସୋମାଲିକା ଦାଶ କଟକ ସବରେଜିଷ୍ଟ୍ରାର୍ଙ୍କ ଅଫିସରେ ଥିବା ଜଣା ପଡିଛି ।
ଏହାପରେ ସେ ସାମ୍ବାଦିକ ମାନଙ୍କୁ କହିଛନ୍ତି, ମୁଁ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛି। ମୋତେ ନ୍ୟାୟ ଦରକାର। ପୁଲିସ ମୋତେ ବହୁତ ହଇରାଣ କରୁଛି। ମୁଁ ଅବସାଦ ଭିତରକୁ ଚାଲିଆସିଲିଣି। ବିଜୟଶଙ୍କର ନିଜର କ୍ଷମତାକୁ ଅପବ୍ୟବହାର କରିଚାଲିଥିବା ସେ କହିଛନ୍ତି ।
ସେ କହିଛନ୍ତି, ବିଜୟ ଶଙ୍କର ଦଣ୍ଡିତ ନହେବା ଯାଏ ସେ ଚୁପ୍ ବସିବେ ନାହିଁ । ବିଜୟ ଶଙ୍କରଙ୍କ ନାଁରେ ତାଙ୍କ ପାଖରେ ସବୁ ପ୍ରକାର ପ୍ରମାଣ ଅଛି । କେହି ଧମକାଇଲେ କି ଡରାଇଲେ ସେ ଡରିବେ ନାହିଁ ବୋଲି ସୋମାଲିକା କହିଛନ୍ତି ।
ସେ କହିଛନ୍ତି ଯେ ବିଜୟ ଶଙ୍କର ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇଥିଲେ ଓ ଏହା ପରେ ଉଭୟ ପରିବାର ଏନେଇ କଥାହେଲେ ।
ବାହାଘର ପାଇଁ ଆମ ପରିବାର ପୂରା ପ୍ରସ୍ତୁତ ହୋଇ ସବୁ ଜିନିଷ କିଣିଲେ । କିନ୍ତୁ ଏବେ ଆଉ ଜଣେ ମହିଳାଙ୍କୁ ବିବାହ କରିବାକୁ ଆପ୍ଲାଇ କଲେଣି ।
ସେ କହିଛନ୍ତି ଯେ ସେ ସେକ୍ସ ରାକେଟ ସହ ସଂପୃକ୍ତ, ତାଙ୍କର ପ୍ରତିବର୍ଷ ନୂଆ ଝିଅ ଦରକାର । ତେଣୁ ବିଜୟ ଦଣ୍ଡିତ ନହେବା ଯାଏ ମୁଁ ବିବାହ କରିବିନି କହିଲେ ସୋମାଲିକା ।
ସେ କହିଛନ୍ତି ଯେ ପୋଲିସ କ’ଣ ପଦକ୍ଷେପ ନେଉଛନ୍ତି ଦେଖିବା, ମୋତେ ନ୍ୟାୟ ଦରକାର । ଲୁଚିଛପି ଏଭଳି କରିଛନ୍ତି ବିଜୟ । ଏସମ୍ପର୍କରେ ମିଡିଆରୁ ଜାଣିଲି । ସେ ବିଧାୟକ, ତାଙ୍କ ପାର୍ଟି ପାୱାରରେ ଅଛି, ସେଥିପାଇଁ ଆକ୍ସନ ହେଉନି । ପାର୍ଟି ପାୱାର ପାଇଁ ପୋଲିସ ତାଙ୍କୁ ଡାକୁନି କି ଗିରଫ କରୁନି । ପୋଲିସ ବାରମ୍ବାର ମୋତେ ଡାକୁଛି, କିନ୍ତୁ ବିଜୟଙ୍କୁ ଦିନେ ହେଲେ ଡାକୁନି । ପୋଲିସ ମୋତେ ବହୁତ ହାରାସ୍ କରୁଛି, ମୁଁ ଡିପ୍ରେସନକୁ ଆସିଗଲିଣି ବୋଲି ସେ କହିଛନ୍ତି । ମୋତେ ଏଯାଏ ନ୍ୟାୟ ମିଳିନି, ସେ କିଭଳି ବିବାହ କରିବେ । ମୁଖ୍ୟମନ୍ତ୍ରୀ ନାରୀଙ୍କୁ ସମ୍ମାନ ନାରା ଦେଉଛନ୍ତି, ମୁଁ ତ ଜଣେ ନାରୀ । ମୋତେ କି ପ୍ରକାର ସମ୍ମାନ ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।