ଭୂବନେଶ୍ବର : ଦେଶର ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନର 10 ଦିନ ପରେ ନିର୍ବାଚନ କମିଶନ 6 ପ୍ରତିଶତ ଭୋଟ ବଢ଼େଇବା କଂଗ୍ରେସ ଓ ଇଣ୍ଡିଆ ଗଠବନ୍ଧନର ଅନ୍ୟ ସହଯୋଗୀ ଦଳ ମାନଙ୍କ ପାଇଁ ଖୁବ ମହଙ୍ଗା ସାବ୍ୟସ୍ତ ହୋଇଛି । 6 ପରସେଣ୍ଟ ଭୋଟ ମାନେ 1 କୋଟି 7 ହଜାର ଭୋଟ ।
ସୂଚନା ଅନୁଯାୟୀ, ଫାଷ୍ଟ ଫେଜରେ 102 ସିଟ ଏବଂ ସେକେଣ୍ଡ ଫେଜରେ 88 ଟି ସିଟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଅଭିଯୋଗ ହେଊଛି ସମୁଦାୟ 190 ଆସନରେ ଭୋଟ ସରିବାର 10 ଦିନପରେ ଅପ୍ରତ୍ୟାଶିତ ଭାବେ 6 ପରସେଣ୍ଟ ଭୋଟ ବଢିଯିବା ଭାରତବର୍ଷର ନିର୍ବାଚନି ଇତିହାସରେ କେବେବି ଦେଖାଯାଇନଥିଲା ।ଏହାର ପରିଣାମ ସ୍ୱରୂପ ଅତି କମରେ ଇଣ୍ଡିଆ ଗଠବନ୍ଧନର 30ଟି ସିଟ ଅଳ୍ପ ଭୋଟ ବ୍ୟବଧାନରେ ହାତରୁ ଚାଲିଯାଇଥିବା ଅଭିଯୋଗ ହୋଇଛି ।
ଏଥର ନିର୍ବାଚନରେ ଏକ ବଡ଼ ବ୍ୟତିକ୍ରମ ହେଉଛି ଟୋଟାଲ ଏକ୍ସରସାଇଜ ହୋଇଥିବା ଭୋଟ ନମ୍ବରକୁ ସମୟ ଅନୁସାରେ ନିର୍ବାଚନ କମିଶନ ପବ୍ଲିକ ଡୋମେନରେ ନଦେବା । ତେବେ କଥାରେ ଅଛି ‘ ତୁ ଗୁହାରି କରିବୁ ଯାହାକୁ ମୁଁ ଘଇତା କରିଚି ତାକୁ ‘ । ତେଣୁ ଯେତେ ଅଭିଯୋଗ କଲେବି କେବଳ ଚିକ୍କଣ ଭାଷଣ ଶୁଣିବାକୁ ମିଳିଛି । କାର୍ଯ୍ୟାନୁଷ୍ଠାନ ଶୂନ ।
ଶେଷରେ ଅମିତ ଶାହଙ୍କର 150 ଜିଲ୍ଲାପାଳଙ୍କ ସହିତ ଭୋଟ ଗଣତି ପୂର୍ବରୁ ବ୍ୟକ୍ତିଗତ ଭାବେ କଥାବାର୍ତା…Form 17C ନଦେବା / ଡାଟାବେଶ ରେ ଅପଡେଟ ନକରିବା ଇତ୍ୟାଦି ଏବଂ ଏସବୁ ବାଦ ଆହୁରି ଅନେକ ବିଷୟକୁ ପର୍ଯ୍ୟାଲୋଚନା କଲେ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତାକୁ ନେଇ ସନ୍ଦେହ ହେବା ସ୍ୱାଭାବିକ ।
ବିଜେପି ଜିତିଥିବା 240 ସିଟରୁ 30ଟି ସିଟ କେବଳ 500 ଭୋଟ ଵ୍ୟବଧାନରେ ଜିତିଥିବାବେଳେ 100 ସିଟ ମାତ୍ର 1000 ଭୋଟ ଵ୍ୟବଧାନରେ ଜିତିଛି । ଅର୍ଥାତ କେବଳ 110 ଟି ସିଟରେ କିଛି ମାର୍ଜିନ ଅଛି ।
ତେବେ ଜନମତ ଯେତେବେଳେ ଯନ୍ତ୍ର ମାଧ୍ୟମରେ ପ୍ରତିଫଳିତ ତାକୁ ଜନତାଙ୍କ ମତ ଭାବି ଗ୍ରହଣ କରିବାକୁ ପଡିବ ।