
ଜୟପୁର : ଗତ ୭ ତାରିଖ ଦିନ ସ୍ଥାନୀୟ ପାରାମାଉଣ୍ଟ ଅଟୋମୋବାଇଲସରୁ ଟୁର୍ବ ଚାର୍ଜର ଚୋରୀ ହୋଇଥିବାକୁ ନେଇ ଟାଉନଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ଜୟପୁର ଟାଉନଥାନା ପୁଲିସକୁ ମିଳିଛି ସଫଳତା। ଏଠାରେ କାମ କରୁଥିବା ସୁପରଭାଇଜର ଜଣକ ଏହି ଟୁର୍ବ ଚାର୍ଜରକୁ ଚୋରି କରି ଘରେ ନେଇ ରଖିଥିବା ବେଳେ ପୁଲିସ ତଦନ୍ତ ବେଳେ ମିଳିଛି।
ସୂଚନା ଅନୁଯାୟୀ, ସ୍ଥାନୀୟ ପାରାମାଉଣ୍ଟ ଅଟୋମୋବାଇଲସରୁ ଟୁର୍ବ ଚାର୍ଜର ଚୋରୀ ହୋଇଥିବାକୁ ନେଇ ଟାଉନଥାନାରେ ବିକ୍ରୀ ମୁଖ୍ୟ ସୁରେଶ ମହାନ୍ତି ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଜୟପୁର ଟାଉନଥାନା ସବଇନିସପେକ୍ଟର ସଂଜୀବ କୁମାର ମହାନ୍ତି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏଠାରେ ସୁପରଭାଇଜର ଭାବେ କାର୍ଯ୍ୟରତ ରାୟଗଡା ଜିଲ୍ଲାର ରାମଣାଗୁଡା ଥାନା ଅର୍ନ୍ତଗତ ଟାମ୍ବରାଗୁଡାର କାହ୍ନୁ ଚରଣ ରତ୍ନାଲୁ ୩୦ ହଜାର ଟଙ୍କାର ଗୋଟିଏ ବ୍ୟାଟେରୀ ଟୁର୍ବ ଚାର୍ଜରକୁ ଚୋରୀ କରି ନେଇଥିଲେ। ପୁଲିସ ତାଙ୍କ ନିକଟରୁ ଏହାକୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା କହିଛନ୍ତି ଜୟପୁର ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର।