ଭୁବନେଶ୍ୱର, 10 ଅଗଷ୍ଟ – କଟକ-ପାରାଦୀପ ରେଳ ସେକ୍ସନରେ କଟକ ଏବଂ କନ୍ଦରପୁର ରେଳ ଷ୍ଟେସନ ମଧ୍ୟରେ ଅଟୋ-ସିଗନାଲିଂ କାର୍ଯ୍ୟକ୍ଷମ ସହିତ ନିରାପତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ନର୍ଗୁଣ୍ଡି-କଟକ-ଭୁବନେଶ୍ୱର ରେଳ ସେକ୍ସନରେ କେତେକ ଟ୍ରେନ୍ ସେବାକୁ ସାମୟିକ ଭାବରେ ପ୍ରଭାବିତ କରାଯାଇଛି ।
୧୨ ରୁ ୧୪ ଅଗଷ୍ଟ ପର୍ଯ୍ୟନ୍ତ ବାତିଲ ହେବାକୁଥିବା ଟ୍ରେନ୍ ଗୁଡିକ ହେଲା ୧୮୪୧୩/୧୮୪୧୪ ପାରାଦୀପ-ପୁରୀ-ପାରାଦୀପ ଏକ୍ସପ୍ରେସ , ୦୮୪୧୩/୦୮୪୧୪ ତାଳଚେର-ପୁରୀ-ତାଳଚେର ପାସେଞ୍ଜର ସ୍ପେଶାଲ , ୦୮୪୧୧/୦୮୪୧୨ ବାଲେଶ୍ୱର-ଭୁବନେଶ୍ୱର-ବାଲେଶ୍ୱର ପାସେଞ୍ଜର ସ୍ପେଶାଲ , ୦୮୪୧୫/୦୮୪୧୬ ଜଳେଶ୍ୱର-ପୁରୀ-ଜଳେଶ୍ୱର ପାସେଞ୍ଜର ସ୍ପେଶାଲ , ୦୮୫୫୫/୦୮୫୫୬ ଭଦ୍ରକ-ନୟାଗଡ଼ ଟାଉନ୍-ଭଦ୍ରକ ପାସେଞ୍ଜର ସ୍ପେଶାଲ , ୦୮୪୪୫/୦୮୪୪୬ କଟକ-ପାରାଦୀପ-କଟକ ପାସେଞ୍ଜର ସ୍ପେଶାଲ , ୦୮୪୦୭/୦୮୪୦୮ କଟକ-ପାରାଦୀପ-କଟକ ପାସେଞ୍ଜର ସ୍ପେଶାଲ ଏବଂ ୦୮୪୫୩/୦୮୪୫୪ ଭଦ୍ରକ-କଟକ-ଭଦ୍ରକ ପାସେଞ୍ଜର ସ୍ପେଶାଲ ।
ସେହିପରି ୧୧ରେ ସାନ୍ତ୍ରାଗଛି ରୁ ୦୨୮୩୭ ସାନ୍ତ୍ରାଗଛି-ପୁରୀ ଏକ୍ସପ୍ରେସ , ୧୨ରେ ପୁରୀରୁ ୦୨୮୩୮ ପୁରୀ-ସାନ୍ତ୍ରାଗଛି ଏକ୍ସପ୍ରେସ , ୧୩ ରେ ବିଶାଖାପାଟନମ୍ ରୁ ୨୨୮୧୦ ବିଶାଖାପାଟନମ୍-ପାରାଦୀପ ଏକ୍ସପ୍ରେସ , ୧୩ରେ ଭଞ୍ଜପୁରରୁ ୦୮୦୧୧ ଭଞ୍ଜପୁର (ବାରିପଦା) -ପୁରୀ ସ୍ପେଶାଲ୍ ଏବଂ ୧୧ ଓ ୧୩ ଅଗଷ୍ଟ ୨୦୨୩ ରେ ପୁରୀରୁ ୦୮୦୧୨ ପୁରୀ-ଭଞ୍ଜପୁର ସ୍ପେଶାଲ୍ ବାତିଲ ରହିବ ।
ଆଂଶିକ ବାତିଲ୍ ହେବାକୁ ଥିବା ଟ୍ରେନ୍ ଗୁଡିକ ହେଲା ୦୮୫୩୪/୦୮୫୩୩ ପଲାସା-କଟକ-ପଲାସା ପାସେଞ୍ଜର ସ୍ପେଶାଲ , ୦୮୪୨୨/୦୮୪୨୧ ଗୁଣୁପୁର-କଟକ-ଗୁଣୁପୁର ପାସେଞ୍ଜର ସ୍ପେଶାଲ , ୧୨୦୭୩/୧୨୦୭୪ ହାଓଡ଼ା-ଭୁବନେଶ୍ୱର-ହାଓଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ ,
ଏହା ବ୍ୟତୀତ ୩୫ ଟି ଟ୍ରେନ୍ ର କଟକ ମାର୍ଗ ପରିବର୍ତେ ନରାଜ ମାର୍ଥାପୁର ଦେଇ ମାର୍ଗ ପରିବର୍ତନ ସହ ନରାଜ ମାର୍ଥାପୁର / କପିଳାସ ରୋଡ ଷ୍ଟେସନରେ ରହଣି ବ୍ୟବସ୍ଥା କରାଯାଇଛି ।