ଭୁବନେଶ୍ୱର : ପୁଅର ହତ୍ୟାକାରୀକୁ ପୋଲିସ ଗିରଫ କରିନଥିବାରୁ ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ପରିବାରର ୬ ସଦସ୍ୟ ଆତ୍ମହୁତି ଉଦ୍ୟମ କରିଛନ୍ତି । ତେବେ ପୁଲିସ ସେମାନଙ୍କୁ ଅଟକ ରଖିଛି ।
ମିଳିଥିବା ସୂଚନା ଅନୁସାରେ, ୨୦୨୨ ଚନ୍ଦ୍ରଶେଖରପୁର ଥାନା ଅଂଚଳରେ ଏକ ଯୁବକ ଦୈତ୍ୟରାଜ୍ ନାୟକଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ପୋଲିସ କାହାକୁ ଗିରଫ କରୁନଥିବା ବେଳେ ବାରମ୍ବାର ପରିବାର ଲୋକଙ୍କ ଆନ୍ଦୋଳନ ପରେ ପୋଲିସ ଗତ ୧୫ ତାରିଖରେ ଅଶୋକ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲେ ଅନ୍ୟ ଅଭିଯୁକ୍ତ ମାନେ ଏବେବି ବାହାରେ ବୁଲୁଥିବା ବେଳେ ପରିବାର ଲୋକଙ୍କୁ ଆକ୍ରମଣ କରୁଛନ୍ତି । ଏପରିକି ଡ୍ରଗସ୍ କାରବାରରେ ହତ୍ୟା ଅଭିଯୁକ୍ତ ମାନେ ସଂପୃକ୍ତ ଥିବା ବେଳେ ପୋଲିସ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଯାହାକୁ ନେଇ ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ଆତ୍ମହୁତି କରିବାକୁ ପରିବାର ଲୋକ ଆସିଥିଲେ ।