
ପୋର୍ଟ ବ୍ଲେୟାର : ଆଣ୍ଡାମାନ୍- ନିକୋବରରେ ଭୂମି କମ୍ପର ଝଟ୍କା । ଆଣ୍ଡାମାନ୍-ନିକୋବର ଦ୍ୱୀପ ସମୂହରେ ଆଜି ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି 4.3 । ଏନେଇ ଏନସିଏସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଏହାପୂର୍ବରୁ ଜୁଲାଇ 28ରେ ଆଣ୍ଡାମାନ ନିକୋବରରେ 5.8 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ।