ନୂଆଦିଲ୍ଲୀ/ଢାକା, 12 ଅଗଷ୍ଟ – ବାଂଲାଦେଶରେ ହିଂସା ମଧ୍ୟରେ ରୋହିଗ୍ୟାଂ ମୁସଲମାନଙ୍କ ଉପରେ ମିଆଁମାରର ରଖାଇନ ରାଜ୍ୟରେ ହୋଇଥିବା ଆକ୍ରମଣରେ 2ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣ ମିଆଁମାର ଓ ବାଂଲାଦେଶର ସୀମା ଉପରେ ରଖାଇନ ଅଂଚଳରେ ହୋଇଛି, ଯେତେବେଳେ ରୋହିଗ୍ୟାଂ ମୁସଲମାନ ବାଂଲାଦେଶରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ଜୀବିତ ଥିବା ଲୋକଙ୍କୁ ଏହି ଆକ୍ରମଣ ସଂପର୍କରେ ପଚରା ଯିବାରୁ ସେମାନେ ଏଥିପାଇଁ ଅରାକନ ଆର୍ମିକୁ ଦାୟୀ କରିଥିଲେ । ଅରଫାନ ଆର୍ମି ମିଆଁମାରରେ ରାଖୀନ ଜାତୀୟ ଗୋଷ୍ଠୀର ସୈନ୍ୟ ଶାଖାର ଏକ ସୈନ୍ୟ ଶାଖା ଅଟେ । ତେବେ ଏହି ଆର୍ମି ଆକ୍ରମଣର କୌଣସି ପ୍ରକାର ଦାୟୀ ନେବାକୁ ମନା କରିଦେଇଛି । କିଛି ରୋହିଗ୍ୟାଂ ମୁସଲମାନ ବାଂଲାଦେଶର ସୀମାକୁ ଲାଗିକରି ଥିବା ଏକ ନଦୀ ନିକଟରେ ନୌକାକୁ ଅପେକ୍ଷା କରିଥିବା ବେଳେ ହୋଇଥିଲା ।