ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଗୌରବ ଗୋଗୋଇ କହିଛନ୍ତି ଯେ, ମଣିପୁରରେ ଡବଲ୍ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ଫେଲ୍ ମାରିଛି । ସେଠାରେ ଘଟିଯାଇଥିବା ହିଂସାକାଣ୍ଡ ପରେ ସେଠାରେ ଯାହା ମାହୋଲ୍ ରହିଛି, ତାହା ସମଗ୍ର ଦେଶ ପାଇଁ ଚିନ୍ତାଜନକ ବିଷୟ ।
ଗୋଗୋଇ ମଙ୍ଗଳବାର ଲୋକସଭାରେ ବିରୋଧୀଙ୍କ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ । ଏନେଇ ଆଲୋଚନା ଆରମ୍ଭ କରି ସେ କହିଥିଲେ ଯେ, ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ଉଭୟ ଗୃହରେ ଜବାବ ରଖିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ କାହିଁକି ମଣିପୁର ପ୍ରସଙ୍ଗରେ ଚୁପ୍ ରହିଛନ୍ତି । ସେ ଚୁପ୍ ରହିବାର କାରଣ କ’ଣ ଏହା ଦେଶବାସୀ ପ୍ରଶ୍ନ କରୁଛନ୍ତି ।