ଚିତୌଡ଼ଗଡ଼ : ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମଙ୍ଗଳବାର ଦିନ ନିଜ ବିଦ୍ୟାଳୟ- ସୈନିକ ସ୍କୁଲ ଚିତୌଡ଼ଗଢ଼ ପହଂଚିଛନ୍ତି ଏବଂ ସେଠାରେ ଛାତ୍ର, ପୂର୍ବତନ ଛାତ୍ର ଏବଂ ଶିକ୍ଷକଙ୍କୁ ସାକ୍ଷାତ କରିଛନ୍ତି । ସେ ଛାତ୍ର-ଛାତ୍ରୀଙ୍କୁ କହିଛନ୍ତି ଯେ ଏପରି କାମ କରନ୍ତୁ, ଯେଉଁଥିରେ ଦେଶର ନାମ ଉଚ୍ଚା ହେବ । ଜ୍ଞାତ ରହୁ ଯେ ଧନଖଡ଼ ୧୯୬୨ରୁ ୧୯୬୭ ପର୍ଯ୍ୟନ୍ତ ନିଜ ସ୍କୁଲ ଶିକ୍ଷା ଏଠାରୁ ପୂରା କରିଥିଲେ ।
ଏହି ଅବସରରେ ଭାବୁକ ହୋଇ ଉପରାଷ୍ଟ୍ରପତି କହିଛନ୍ତି, ଆଜି ମୁଁ ଯାହାକିଛି ହୋଇଛି, ସୈନିକ ସ୍କୁଲ ଚିତୌଡ଼ଗଢ଼ ଏବଂ ଏଠାରେ ମିଳିଥିବା ଶିକ୍ଷା ପାଇଁ । ଏହି ମାଟିକୁ ମୁଁ ପ୍ରଣାମ କରୁଛି ।
ସେ ଆହୁରି କରିଛନ୍ତି ଯେ ଏଠାର ପରିବେଶରେ ଛୁଆଙ୍କ ସର୍ବାଙ୍ଗୀନ ବିକାଶ ଅବସର ମିଳିବା, ଏଥିପାଇଁ ସୈନକ ସ୍କୁଲର ଛୁଆମାନେ ଯେଉଁଠାକୁ ମଧ୍ୟ ଯାଆନ୍ତି, ସେମାନଙ୍କର ନେତୃତ୍ୱ କ୍ଷମତା କାରଣରୁ ଏକ ଅଲଗା ପରିଚୟ ହୁଏ । ସୈନିକ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସାକ୍ଷାତ ଅବସରରେ ଉପରାଷ୍ଟ୍ରପତି ନିଜ ସ୍କୁଲ ଦିନର କେତେକ ରୋଚକ ସ୍ମରଣ ଶୁଣାଇଥିଲେ ।