ବଲାଙ୍ଗିର ୧୫ ଅଗଷ୍ଟ : ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଜିଲ୍ଲା ମୁଖ୍ୟାଳୟ ରେ ଥିବା ମନୋହର ପୁର ରିଜର୍ଭ ପୋଲିସ ଗ୍ରାଉଣ୍ଡ ରେ ଅନୁଷ୍ଠିତ ହେଇଯାଇଛି | ମୁଖ୍ୟ ଅତିଥି ଭାବେ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା , ମାନ୍ୟବର ମନ୍ତ୍ରୀ ବିଜ୍ଞାନ ଓ ପ୍ରଯୁକ୍ତି , ସରକାରୀ ଉଦ୍ୟୋଗ , ସାମାଜିକ ନିରାପତ୍ତା ଏବଂ ଭିନ୍ନକ୍ଷମ ସଶକ୍ତିକରଣ , ଓଡିଶା ସରକାର ପତାକା ଉତ୍ତୋଳନ କରି ଜିଲ୍ଲା ବାସୀଙ୍କ ପାଇଁ ଉଦବୋଧନ ଦେଇଥିଲେ | ତାଙ୍କ ଭାଷଣରେ ସେ ସ୍ଵାଧୀନତା ସଂଗ୍ରାମରେ ବଲାଙ୍ଗିର ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀ ଙ୍କ ଭୂମିକା ଉଲ୍ଲେଖନୀୟ ବୋଲି କହିଥିଲେ । କପୁରଚନ ନାୟକ , ସୁରେନ୍ଦ୍ର ଠାକୁର , କୁଞ୍ଜ ବିହାରୀ ମେହେର , କପିଳେଶ୍ଵର ପ୍ରସାଦ ନନ୍ଦ, ସତ୍ୟାନନ୍ଦ ମିଶ୍ର , ଦିବାକର ବହିଦାର , ନରସିଂହ ପ୍ରସାଦ ନନ୍ଦ , ସ୍ଵପ୍ନାନନ୍ଦ ପାଣିଗ୍ରାହୀ, ଯୁଧିଷ୍ଟିର ମିଶ୍ର , ଯୋଗେଶ୍ଵର କୁମୁର , ଧ୍ରୁବ ନାଥ ,ପୁରୁଷୋତ୍ତମ ନାଥ , ଚିନ୍ତାମଣି ମିଶ୍ର, ରିଷି ଗଡତ୍ୟା,ଭାର୍ଗବୀ ଗୁରୁ , ଦଶରଥ ସାହୁ , ଯୁଗୋଳ କିଶୋର ନାଥ , ଆଠ ଗାଁ ଜମିଦାର ଧରମ ସିଂ ମାନ୍ଧତା ଭଳି ସ୍ଵାଧୀନତା ସଂଗ୍ରାମୀ ଙ୍କ ବଳିଦାନ କୁ ଆଜି ସ୍ମରଣ କରିବାର ଦିନ ।
ବଲାଙ୍ଗିର ଜିଲ୍ଲା ର ସର୍ବାଙ୍ଗୀନ ବିକାଶ ନିମନ୍ତେ ବଲାଙ୍ଗିର ର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ତରଫ ରୁ ବହୁବିଧି ବିକାଶ ମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଜଳସେଚନ ନିମନ୍ତେ ବଲାଙ୍ଗିର ର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟ କୁ ତ୍ଵରାନିତ୍ଵ କରାଯାଇ ଡ୍ୟାମ ଓ ସ୍ପିଲୱେ ନିର୍ମାଣ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତି ରେ କାର୍ଯ୍ୟକାରୀ କରାଯାଉଛି । ସ୍ୱାସ୍ଥ୍ୟ ଭିତିଭୂମି ର ବିକାଶ ନିମନ୍ତେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ସହ ଆନୁଷଙ୍ଗିକ ସ୍ୱାସ୍ଥ୍ୟ ଭିତିଭୂମି ର ବିକାଶ ନିମନ୍ତେ ଗୁରୁତ୍ଵ ପ୍ରଦାନ କରାଯାଉଛି ।
ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ବଲାଙ୍ଗିର ଠାରେ ଅତ୍ୟାଧୁନିକ ବସ ଟର୍ମିନାଲ ପ୍ରତିଷ୍ଠା କରାଯାଇ ଉନ୍ନତ ମାନର ସୁବିଧା ଯୋଗାଇ ଦିଆଯାଇଛି ।
ମାନରେଗା ଯୋଜନାରେ ଜିଲ୍ଲା ରେ ୧୪କୋଟି ବ୍ଲକ ର ୪୦୯୦ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛି । ମିସନ ଶକ୍ତି ଜରିଆରେ ଜିଲ୍ଲା ରେ ୨୫ ହଜାର ରୁ ଉର୍ଦ୍ଧ ସ୍ଵୟ ସହାୟକ ଗୋଷ୍ଠୀ ର ମହିଳା ସଦସ୍ୟ ମାନଙ୍କୁ ସ୍ଵାବଲମ୍ବୀ କରିବା ଲକ୍ଷରେ ସହାୟତା ପ୍ରଦାନ କରାଯାଉଛି । ସ୍ଵୟ ସହାୟକ ଗୋଷ୍ଠୀ ମାନେ ଧାନ ସଂଗ୍ରହ , ମାଛ ଚାଷ , ମଧ୍ୟାନ ଭୋଜନ , ବିଦ୍ୟୁତ ବିଲ ସଂଗ୍ରହ , ପ୍ରାକ ବିଦ୍ୟାଳୟ ପରିଚାଳନା , ଆହାର କେନ୍ଦ୍ର ପରିଚାଳନା , ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ମିସନଶକ୍ତି ପାନ୍ଥନିବାସ ଓ କାଫେ ପରିଚାଳନା , ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ରୋଗୀ ମାନକ ସମ୍ପର୍କୀୟ ମାନଙ୍କ ପାଇଁ ଆଶ୍ରୟ ସ୍ଥଳ ତଥା ରୋଗୀ ମାନକୁ ଖାଦ୍ଯ ପରିଚାଳନା ଇତ୍ୟାଦି କ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି ।
ହରିଶଙ୍କର ଉନ୍ନତି ପାଇଁ ୫୫ କୋଟି ଟଙ୍କା ରାଜ୍ୟ ସରକାର ଦେଇଛନ୍ତି । ଏବେ ଏହି ମନ୍ଦିର ଉନ୍ନତି କରଣ ଦ୍ଵିତୀୟ ପର୍ଯାୟରେ ଅଛି । ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ଜିଲ୍ଲା ର ବିଭିନ୍ନ ବ୍ଲକ ପାଇଁ ୧୪୮୬.୨କୋଟି ଟଙ୍କାରେ ପ୍ରକଳ୍ପ କାମ ଆଗେଇଚାଲିଛି ।
ତେବେ ଦେଶ ମାତୃକର ସେବା କରିବାର ସୁଯୋଗ ମିଳିଥିବାରୁ ଆମେ ନିଜକୁ ଧନ୍ୟ ମଣିବା ସହ ସଂସ୍କୃତି , ପରମ୍ପରା ତଥା ଐତିହ କୁ ସର୍ବଦା ସମ୍ମାନ କରିବାକୁ ଚେଷ୍ଟିତ ରହିବା ବୋଲି ଉଦବୋଧନ ଦେଲେ | ଏହା ପରେ ସମ୍ମିଳିତ ପରେଡ ର ଅଭିବାଦନ ଗ୍ରହଣ କରି କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କଲେ |
ପରେ ମେଡିକାଲ ଯାଇ ବିଭିନ୍ନ ୱାର୍ଡ ବୁଲି ଫଳ ଏବଂ ମିଠା ବାଣ୍ଟି ରେଡ କ୍ରସର ରକ୍ତଦାନ ଶିବିର ଉଦଘାଟନ କରି ରକ୍ତଦାନ ପରି ମହତ ଦାନରେ ନିଜକୁ ସାମିଲ କରିଥିବାରୁ ଉପସ୍ଥିତ ଦାତା ମନକୁ ଅଭିନନ୍ଦନ ଜଣେଇଲେ | ପରେ ଜେଲ ରେ ଅନ୍ତେବାସୀଂକୁ ମିଠା , ପୁଇଁତଳା ରେ ଶାଢ଼ୀ ଓ ଲୁଙ୍ଗି ବଣ୍ଟନ କରି ସମାରୋହ ଶେଷ କରିଥିଲେ | ଶେଷରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ ଖେଳ ପ୍ରଶାସକ ଏକାଦଶ ଏବଂ ଗଣମାଧ୍ୟମ ଏକାଦଶ ମଧ୍ୟରେ ଅନୁଷ୍ଠିତ ହେଇଥିଲା | ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ଏବଂ ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ ଦ୍ୟଂଦେଓ ମୁଖ୍ୟ ଅତିଥି ଙ୍କ ସହ ଉପସ୍ଥିତ ଥିଲେ |