କନ୍ଧମାଳ – କନ୍ଧମାଳ ବି ଜେ ପି ଲୋକସଭା ଆସନ ପାଇଁ ସୁକାନ୍ତ ପାଣିଗ୍ରାହୀଙ୍କୁ ବିଜେପି ପ୍ରାର୍ଥୀ କରିଛି । ତାଙ୍କ ଉପରେ ଭରସା କରି ଦ୍ୱିତୀୟ ଥର ଟିକେଟ୍ ଦେଇଛି । ଶନିବାର ଟିକେଟ୍ ଘୋଷଣା ପରେ ସୁକାନ୍ତ ପାଣଗ୍ରାହୀ ଫୁଲବାଣୀରେ ପହଂଚି ହୋଟେଲ୍ ଡ୍ରିମ୍ ଲ୍ୟାଣ୍ଡ ରହିଥିବା ଜାଣି କିଛି ଦଳୀୟ କର୍ମୀ ଓ ସମର୍ଥକମାନେ ସୁକାନ୍ତ ପାଣଗ୍ରାହୀଙ୍କୁ ହୋଟେଲ୍ ଡ୍ରିମ୍ ଲ୍ୟାଣ୍ଡ ରେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିବା ଦେଖାଇବାକୁ ମିଳିଥିଲା । କର୍ମିଙ୍କ ମନରେ ଖୁସି ନଥିଲେ ବି ସେମାନେ ଫୁଲବାଣୀଠାରେ ବାଣ ଫୁଟାଇ, ମିଠା ବାଂଟି ଖୁସି ମନାଇଥିଲେ । ଅପର ପକ୍ଷେ ପୁଣିଥରେ ଦଳ ତାଙ୍କୁ ଭରସା କରି ଟିକେଟ ଦେଇଥିବାରୁ କିଛି କନ୍ଧମାଳବାସୀଙ୍କ ସହିତ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଥିଲେ ସୁକାନ୍ତ ପାଣିଗ୍ରାହୀ । ସେ କହିଛନ୍ତି ଯେ,ଏ ଟିକେଟ ମତେ ଦିଆଯାଇନାହିଁ କନ୍ଧମାଳ ବାସୀଙ୍କର ବିକାଶ ପାଇଁ ଦିଆଯାଇଛି । କନ୍ଧମାଳବାସୀ ଏହି ନିର୍ବାଚନ ଲଢିବେ ଓ ନରେନ୍ଦ୍ର ମୋଦିଙ୍କୁ ପୁନର୍ବାର ଦେଶର ପ୍ରଧାନମନ୍ତ୍ରୀ କରାଇବେ । ମୋଦି ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଂଚାଇବାକୁ ପାଇଁ ମୁଁ ଚେଷ୍ଟା କରିବି । ପ୍ରକାଶ ଥାଉ କି କନ୍ଧମାଳ ଜିଲ୍ଲାରେ ୨୦୨୪ ନିର୍ବାଚନରେ ସବୁ ଦଳ ସ୍ଥାନୀୟ ଲୋକଙ୍କୁ ସାଂସଦ ପ୍ରାର୍ଥୀ ଦିଆଯାଉ ବୋଲି ବିଭିନ୍ନ ସଭା ସମିତି ଏପରିକି ସୋସିଆଲ ମିଡିଆରେ ମଧ୍ଯ ପ୍ରଚାର ହୋଇଥିଲା । ଦୁଇ ପ୍ରମୁଖ ଦଳ ବି.ଜେ. ପି,ବି.ଜେ.ଡି.କେହି ହେଲେ ସ୍ଥାନୀୟ ପ୍ରାର୍ଥୀ ଦେଇ ନଥିବାରୁ ବୁଦ୍ଧିଜିବୀ ମହଲରେ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ନିରାଶ ଭାବ ଦେଖିବାକୁ ମିଳିଛି । ଆଜି କନ୍ଧମାଳର ଅଧିକାଂଶ ବିଜେପି କାର୍ମି ସ୍ଥାନୀୟ ଚ୍ୟାରମେନ ଓ ବିଜେପିର ଆଗ ଧାଡ଼ିର କର୍ମୀମାନେ ଉପସ୍ଥିତ ରହି ଏକ ସାମ୍ୱାଦିକ ସମ୍ମିଳନୀ କରି ସୁକାନ୍ତ ପାଣଗ୍ରାହୀଙ୍କୁ ଲୋକସଭା ଆସନ ପାଇଁ ଦିଆଯାଇଥିବା ଟିକେଟ କୁ ପ୍ରତ୍ୟାହାର କରିବାକୁ ଦାବୀ କରୁଥିବା ଦେଖିବାକୁ ମିଳିଛି । ଅପରପକ୍ଷେ ଏହି ଦୁଇ ଦଳର ଅଘୋଷିତ ମେଂଟକୁ ଜନସାଧାରଣ ଜାଣିପାରି ବର୍ତମାନ କଂଗ୍ରେସ ଉପରେ ଆଶା ଭରସା କରି ଅପେକ୍ଷା କରି ରହିଛନ୍ତି ଯେ ଦଳ କଣ ଘୋଷଣା କରିବ ସେ ଅନୁଯାୟୀ କନ୍ଧମାଳର ସାଂସଦୀୟ କ୍ଷେତ୍ର ପାଇଁ ଭାଗ୍ୟ ପ୍ରସ୍ତୁତ ହେବ । କନ୍ଧମାଳରୁ ଅମ୍ବୁଜ ବେହେରା ଙ୍କ ରିପୋର୍ଟ ଆଲୋକିତ ଓଡିଶା ।