ଭୁବନେଶ୍ଵର : ୨୦୨୩-୨୪ ବର୍ଷ ପାଇଁ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଓ ନିୟମାବଳୀ, ୨୦୧୦ ଅଧୀନରେ ଗଠିତ ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି (ଏସ୍ଇସି)ର ତୃତୀୟ ବୈଠକ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟ ଶାସନ ସଚିବ ଜେନା କମିଟିର ଅନୁମୋଦନ ପରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପାଇଁ ସନ୍ଧାନ ଓ ଉଦ୍ଧାର ଉପକରଣ ଏବଂ ଯାନ କ୍ରୟ ଉପରେ ଗୁରୁତ୍ୱାରୋପ କରିଥିଲେ।ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୨୪୦ କୋଟି ୩୩ ଲକ୍ଷ ଟଙ୍କାର ପ୍ରସ୍ତାବିତ ମଧ୍ୟରୁ ୧୫୯.୦୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ବାତ୍ୟାର ମୁକାବିଲା ପାଇଁ ପ୍ରଭାବଶାଳୀ ପ୍ରାକୃତିକ ସୁରକ୍ଷା ବ୍ୟବସ୍ଥା ଭାବରେ ଉପକୂଳ ରକ୍ଷଣାବେକ୍ଷଣରେ ସହାୟକ ହେଉଥିବା ହେନ୍ତାଳବନକୁ ଗୁରୁତ୍ୱ ଦେଇ ମୁଖ୍ୟ ଶାସନ ସଚିବ ଏହାକୁ ଅଧିକ ଘଞ୍ଚ ଓ ବ୍ୟାପକ ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ବଜ୍ରପାତକୁ ରୋକିବା ପାଇଁ ତାଳ ବୃକ୍ଷରୋପଣ ବ୍ୟାପକ କରିବାକୁ ସେ ପରାମର୍ଶ ଦେଇଛନ୍ତି। କୃଷ ଓ କୃଷକ ସଶକ୍ତିକରଣ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ଏ ସଂପର୍କରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି । ବିଶେଷ କରି ବଜ୍ରପାତ ପ୍ରବଣ ଜିଲ୍ଲାଗୁଡ଼ିକରେ ଅଧିକରୁ ଅଧିକ ତାଳବୃକ୍ଷ ବୃକ୍ଷରୋପଣ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ବ୍ୟାପକ ଝାଉଁ ବୃକ୍ଷ ରୋପଣ ଉପରେ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି ।
ବୈଠକରେ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ବିଭିନ୍ନ ବିଭାଗ ଓ ଜିଲ୍ଲାମାନଙ୍କୁ ଦିଆଯାଇଥିବା ସହାୟତା ସମ୍ପର୍କରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । ଏସଡିଆରଏଫ, ଏସଡିଆରଏମଏଫ, ଏନଡିଆରଏଫ, ଏନଡିଆରଏମଏଫରୁ ବିଭିନ୍ନ ବିଭାଗ ଓ ଜିଲ୍ଲାକୁ ମିଳିଥିବା ଅର୍ଥରବିନିଯୋଗ ପ୍ରମାଣପତ୍ର ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।କେନ୍ଦ୍ରାପଡ଼ା, ଭଦ୍ରକ, ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଲାରେ ୮ ଟି ବନ୍ୟା ମୁକାବିଲା ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୮୧୨୮.୯୮ ଲକ୍ଷ ଟଙ୍କାର ପ୍ରସ୍ତାବ ଦିଆଯାଇଛି। ଓସଡମା ଆର୍ଥ ନେଟୱାର୍କ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟିରୋଲୋଜି (ଆଇଆଇଟିଏମ୍), ପୁଣେର ସହଯୋଗରେ “ସତର୍କ” ଆପ୍ ଜରିଆରେ ବଜ୍ରପାତ ସତର୍କତାବା ପୂର୍ବାନୁମାନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଏକ ପ୍ରସ୍ତାବ ରଖିଛି।ଆଇଓସି-ୟୁନେସ୍କୋଠାରୁ ସୁନାମି ପ୍ରସ୍ତୁତିକାର୍ଯ୍ୟାନ୍ୱୟନ ଏବଂ ସୁନାମି ପ୍ରବଣ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଓ ପ୍ରମୁଖ ଅଂଶୀଦାରମାନଙ୍କ ସହଯୋଗରେଏକ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ପୁରୀ, କୋଣାର୍କ, ଗୋପାଳପୁର ଓ ପାରାଦୀପ ସମେତ ଉପକୂଳବର୍ତ୍ତୀ ୬ଟି ଜିଲ୍ଲାର ୨୪ଟି ଚିହ୍ନିତ ସୁନାମି ପ୍ରବଣ ଗ୍ରାମରେ ସୁନାମି ପ୍ରସ୍ତୁତି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ଓଏସଡିଏମଏ ପକ୍ଷରୁ ପ୍ରସ୍ତାବ ରଖାଯାଇଛି ।
ଚଳିତ ବର୍ଷ ଓସଡମା ପକ୍ଷରୁ ଆଗାମୀ ୨୯ ଅକ୍ଟୋବରରେ ରବୀନ୍ଦ୍ର ମଣ୍ଡପରେ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅନୁଷ୍ଠିତ ହେବ। ବିପର୍ଯ୍ୟୟ ପରିଚାଳନା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିବା ପାଇଁ କ୍ରୀଡ଼ା ଓ ଯୁବସେବା ବିଭାଗ ସହଯୋଗରେ ଏକ ମିନି ମାରାଥନ ଆୟୋଜନ କରାଯିବ।୧୫ ନଭେମ୍ବର-୨୦୨୩ରୁ ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ କ୍ୟାଲେଣ୍ଡର ବର୍ଷରେ ଓସଡମା ଜରିଆରେ ଓଡ୍ରାଫ୍ ଦ୍ୱାରା ୪୦ ଟି ଓ ଅଗ୍ମିଶମ ବିଭାଗ ଦ୍ୱାରା ୧୦୦ ଟି ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ଓ ଏହିପରି ବର୍ଷକୁ ବର୍ଷକୁ ୨ ଥର ରାଜ୍ୟର ୩୦ଟି ଜିଲ୍ଲାରେ ମକ୍ ଅଭ୍ୟାସ କରାଯିବ।
ବୈଠକରେଉନ୍ନୟନକମିଶନର-ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀଅନୁଗର୍ଗ, ରାଜସ୍ୱ, ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗଅତିରିକ୍ତମୁଖ୍ୟଶାସନସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀସତ୍ୟବ୍ରତସାହୁ, ଅଗ୍ନିଶମଓଆପାତକାଳୀନ ସେବା ଡିଜିଡ. ସୁଧାଂଶୁଷଡ଼ଙ୍ଗୀ, ଗ୍ରାମ୍ୟ ଉନ୍ନୟନ ଏବଂ ସୂଚନାଓଲୋକସଂପର୍କ ବିଭାଗରପ୍ରମୁଖଶାସନ ସଚିବଶ୍ରୀସଞ୍ଜୟକୁମାରସିଂଏବଂକମିଟିର ଅନ୍ୟ ସଦସ୍ୟମାନେଯୋଗଦେଇଥିଲେ।