ଭୁବନେଶ୍ୱର : ସହିଦ ଓଡ଼ିଆ ଯବାନ ନୀଳାଚଳ ପଟେଲଙ୍କ ପାଇଁ ଶୋକବ୍ୟକ୍ତ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସ(ଟ୍ୱିଟ)ରେ ସେ କହିଛନ୍ତି ଯେ, ‘ମଣିପୁରର ଆସାମ ରାଇଫଲ୍ସରେ କାର୍ଯ୍ୟ କରୁଥିବା ବରଗଡ ଜିଲ୍ଲାର ଯବାନ ନୀଳାଚଳ ପଟେଲଙ୍କ ଶହୀଦ ହୋଇଥିବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହିତ’ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଶୁକ୍ରବାର ରାତିରେ ପାଟ୍ରୋଲିଂରେ ଥିବାବେଳେ ସଡ଼କ ଦୁର୍ଘଟଣାରେ ସହିଦ ହୋଇଥିଲେ ନୀଳଚଳ ।