ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ତଥା ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ଗୀତା ମେହେଟ୍ଟାଙ୍କ ପରଲୋକ ଅତ୍ୟନ୍ତ ଦୁଃଖଦ । ଭାଷା ଓ ସଂସ୍କୃତି ଜଗତ ପାଇଁ ଏହା ଏକ ବିରାଟ କ୍ଷତି । ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରିବାରକୁ ସମବେଦନା ଜଣାଉଛି । ଶୋକ ସନ୍ତପ୍ତ ପରିବାରକୁ ଭଗବାନ ଅସୀମ ଧୈର୍ଯ୍ୟ ପ୍ରଦାନ କରନ୍ତୁ । ଓମ୍ ଶାନ୍ତି ।