ଗଞ୍ଜାମ : ଦିନକୁ ଦିନ ଡେଙ୍ଗୁ ଗଞ୍ଜାମ ଜିଲ୍ଲାରେ ଵେକାବୁ ହେବାରେ ଲାଗିଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସମସ୍ତ ଉଦ୍ୟମ ସତ୍ବେ ଜନସଚେତନତାର ଅଭାବରୁ ଡେଙ୍ଗୁକୁ ପ୍ରତିହତ କରାଯାଇ ପାରୁନାହିଁ। ଜିଲ୍ଲାର ବିଭିନ୍ନ ପୁରପଲ୍ଲୀରେ ଏହି ରୋଗ ବ୍ୟାପୁଥିବା ଜଣାପଡିଛି। ଦୁଇ ଦିନ ପୂର୍ବେ ପିତଳ ନିକଟସ୍ଥ ହିଞିଳିକାଟୁ ମାଣିକନଗର ଅଞ୍ଚଳର ଜଣେ ଯୁବତୀ ମନୋଲିସା ନାୟକ(୨୧) ଡେଙ୍ଗୁରେ ଆକ୍ରାନ୍ତ ହୋଇ ଵ୍ରହ୍ମପୁରର ଏକ ଘରୋଇ ସହପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ପିତଳ ବଜାର ଅଞ୍ଚଳରେ ଡ୍ରେନରେ ଅଳିଆଆଵର୍ଜନା ଜମି ନାଳ ପାଣି ଜମି ରହିବା ଫଳରେ ଏହି ଅଞ୍ଚଳରେ ମଶା ମାଛିଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ଡେଙ୍ଗୁ ମଶା ଲାର୍ଭା ଡ୍ରେନରେ ଦେଖିବାକୁ ମିଳୁଛି। ପିତଳ ପଞ୍ଚାୟତ କର୍ତୁପକ୍ଷ ତୁରନ୍ତ ଏହାର ସମାଧାନ ଓ ନିରାକରଣ ପାଇଁ ପିତଳ ବଜାର ଡ୍ରେନ ଗୁଡିକର ସଫେଇ କାର୍ଯ୍ୟ କରିବାକୁ ଜନସାଧାରଣରେ ଦାଵି ହେଉଛି।