ଗଞ୍ଜାମ : ଗଞ୍ଜାମ ଜିଲାରେ ଡ଼େଙ୍ଗୁ ଥମିବାର ନାଁ ଧରୁନାହିଁ । ଗତମାସ ଶେଷ ସୁଦ୍ଧା ୯୯ ଜଣ ଡ଼େଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ଚଳିବ ମାସ ପ୍ରଥମ ସପ୍ତାହରେ ଗୋଟାଏ ଦିନରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ଏହି ସଂଖ୍ୟା ବର୍ତମାନ ୧୦୩କୁ ବୃଦ୍ଧି ପାଇଛି । ଯାହାକି ସ୍ଵାସ୍ଥ୍ୟ ବିଭାଗ ପାଇଁ ଚିନ୍ତା କାରଣ ହୋଇଛି ।