ଭୁବନେଶ୍ୱର : ନାରାୟଣପାଟଣାରେ ପୁଣି ଥରେ ଉପସ୍ଥିତ ଜାହିର କରିଛନ୍ତି ମାଓବାଦୀ । କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ଚିନ୍ତାଗୁଡା ଡ୍ୟାମକୁ ବିରୋଧ କରିଛନ୍ତି ମାଓବାଦୀ । ମାଓ ପୋଷ୍ଟର ମାରିବା ସହ ଡ୍ୟାମ ନିର୍ମାଣକୁ ବିରୋଧ କରିଛନ୍ତି ନକ୍ସଲ । ସିକାକୁଲମ ଡିଜିଭନର ମାଓବାଦୀ ଏହାକୁ ବିରୋଧ କରିଛନ୍ତି । ତେବେ ପୋଷ୍ଟର ଦେଖିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି । ଚିନ୍ତାଗୁଡା ଝଞ୍ଜାବତୀ ନଦୀ ଉପରେ 140 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ଡ୍ୟାମ ।