ଭୁବନେଶ୍ଵର, ୨୨ ଅକ୍ଟୋବର – ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟର ସବୁ ବନ୍ଦରରେ ୧ ନଂ ବିପଦ ସଂକେତ ଜାରି ହୋଇଛି । ସବୁଠି ଓଡ଼୍ରାଫ୍ ଟିମ୍ ଓ ଏନଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି । ରେଡ଼୍ ଆଲର୍ଟ ଜିଲ୍ଲାରେ ଅଧିକ ରହିବେ ଏନଡିଆରଏଫ ଓ ଓଡ୍ରାଫ ଟିମ୍ । ଆବଶ୍ୟକ ସ୍ଥଳେ ହେଲିକେପ୍ଟରର ବ୍ୟବହାର କରାଯିବ ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ । ଏଥିସହ ସବୁ ଡ୍ୟାମ୍ ଉପରେ ନଜର ରଖିଛି ଜଳ ସମ୍ପଦ ବିଭାଗ ।