ମାଲକାନଗିରି : ବିଦ୍ୟୁତ ଉପଭୋକ୍ତା ଓ କର୍ମଚାରୀଙ୍କ ସୁରକ୍ଷା ସମ୍ପର୍କିତ ବାର୍ତ୍ତା ନେଇ ଟି. ପି. ଏସ୍. ଓ. ଡି. ଏଲ୍. କର୍ମଚାରୀ ଇଂ. ସୌମ୍ୟ ରଞ୍ଜନ ଲେଙ୍କା ସାଇକେଲ ମାଧ୍ୟମରେ ସଦୂର ମାଲକାନଗିରି ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ତାଙ୍କର ଯାତ୍ରା ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀ, ମାଲକାନଗିରିଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ନିର୍ବାହୀ ଯନ୍ତ୍ରୀ ଆଶିଷ ଜେନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସୁରକ୍ଷା ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ, ଆଜିର ଅତ୍ୟାଧୁନିକ ଯୁଗରେ ବିଦ୍ୟୁତ ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇପଡିଛି, କିନ୍ତୁ ମଣିଷ ଜୀବନକୁ ସରସ ସୁନ୍ଦର କରିଥିବା ଏହି ବିଦ୍ୟୁତ୍ ସହିତ ସାମାନ୍ୟ ଅସାବଧାନତା ହେଲେ ବଡ ଦୁର୍ଘଟଣା ଘଟି ଧନ ଜୀବନ ମଧ୍ୟ ହାନି ଘଟିପାରେ। ତେଣୁ ବିଦ୍ୟୁତ ବ୍ୟବହାର ତଥା କାର୍ଯ୍ୟକ୍ଷେତ୍ରରେ ସଦା ସୁରକ୍ଷା ଅବଲମ୍ବନ କରିବା ଉଚିତ୍। ଇଂ. ଶ୍ରୀ ଲେଙ୍କା ତାଙ୍କ ଯାତ୍ରା ସମ୍ପର୍କରେ ସମ୍ୟକ ସୂଚନା ଦେଇ କହିଥିଲେ ଯେ, ସେ ତାଙ୍କ ଯାତ୍ରା ମଧ୍ୟରେ ପଡୁଥିବା ଗାଁ ସହର ମାନଙ୍କରେ ବିଦ୍ୟୁତ ସୁରକ୍ଷା ସମ୍ପର୍କରେ ଛୋଟ ଛୋଟ ପଥପ୍ରାନ୍ତ ସଭା ଓ କାର୍ଯ୍ୟକ୍ରମ ମାନ ଗ୍ରହଣ କରିବେ।
ଉକ୍ତ କାଯ୍ୟକ୍ରମରେ ସୁଜିତ ସ୍ବାଇଁ, ସ୍ମୃତି ରଂଜନ ମିଶ୍ର, ଜ୍ୟୋତି ରଂଜନ ସାହୁ, ଆଲୋକ କୁମାର ମୁଦୁଲି, ରାକେଶ ଚନ୍ଦ୍ର ପାତ୍ର, ସୋବିକ୍ ପାତ୍ର ଓ ସେକ୍ କରିମୁଲା ପ୍ରମୁଖ ବିଦ୍ୟୁତ କର୍ମଚାରୀମାନେ ଉପସ୍ଥିତ ଥିଲେ।