ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲାର ପୋଲିସ କାର୍ଯ୍ୟାଳୟରୁ ସାଇବର ସଚେତନତା ରଥକୁ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସବୁଜ ପତାକା ଦେଖାଇ ତାକୁ ଉଦଘାଟନ କରିଛନ୍ତି । ଏହି ରଥ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ସାଇବର କ୍ରାଇମରୁ ଛୋଟ ପିଲା ସ୍କୁଲ କଲେଜ ପୁଅ ଝିଅ, ଯୁବକ ଯୁବତୀ, ପୁରୁଷ ମହିଳା ,,ବୃଦ୍ଧବୃୃଦ୍ଧା ସମସ୍ତ ବର୍ଗର ଲୋକଙ୍କୁ ଧମକ ଲୁଣ୍ଠନ ବ୍ଲାକ ମେଲ ସର୍ବୋପରି ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ଓଡିଶା ପୋଲିସ ତଥା କ୍ରାଇମ ବ୍ରାଞ୍ଚ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଦିନ ଠାରୁ ସାରା ଜିଲ୍ଲା ରେ ବୁଲିବା କୁ ଥିବା ରଥ ଜିଲ୍ଲାର ପ୍ରତି ଥାନା ,ଜନସାଧାରଣ ଗହଳି ଅଞ୍ଚଳ ,ବଜାର ,ସ୍କୁଲ କଲେଜ ଯାଇ ସଚେତନତା ବାର୍ତା ପ୍ରଦାନ କରିବ । କୁଇଜ ,ନାଚ ଗୀତ ତଥା ଅନ୍ୟାନ୍ୟ ମାଧ୍ୟମ ରେ ଜିଲ୍ଲାରେ ଆଗାମୀ ଦିନରେ ସାଇବର କେଶକୁ ରୋକିବାରେ ଏହି ରଥ ସାହାଯ୍ୟ କରିବ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢୀ, ବିରେନ ନାଏକ, ବୈକୁଣ୍ଟ ସେଠ,ସମେତ ଊଝଚ ପ୍ରତାପ ରଣା, ରେଣୁକା ସୁନା, ଚନ୍ଦ୍ର ଶେଖର ଶବର ,ଇନିସ୍ପେକ୍ଟର ଲୋକନାଥ ସାହୁ ,ନିର୍ମଳା ତ୍ରିପାଠୀ, ପଦ୍ମଷୀଂନି ମେହେର ,ଜସ କାଂହୁ ଚରଣ ମାରାଣ୍ଡି, ସରୋଜ ବେହେର । ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ସୁବର୍ଣ୍ଣପୁର ଜିଲ୍ଲା ରେ ପହଂଚିଛି । ଆଜି ସୁବର୍ଣ୍ଣପୁର ଜିଲ୍ଲା ରେ ଏହି ରଥ ପହଂଚିବା ପରେ ତେଲ ନଦୀ ବ୍ରିଜ ଠାରୁ ଜିଲ୍ଲା ପୋଲିସ ଦ୍ୱାରା ବେଣ୍ଡ ବାଜା ସହିତ ନିଉଁ ଟାଉନ ହଲ ଯାଏ ପାଛୋଟି ଅଣା ଯାଇଥିଲା । ନିଉଁ ଟାଉନ ହଲ ଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଏସପି ଅମରେଶ ପଣ୍ଡା, ଙ୍କ ନେତୃତ୍ୱ ରେ ଶହ ଶହ ସ୍ୱେଛାସେବୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଏନ ସି ସି ଓ କଲେଜ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଇବର ସୁରକ୍ଷା ରଥ କୁ ଫୁଲ ତୋଡ଼ା ଓ ସ୍ଲୋଗାନ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଆର ଟି ଓ ଅକ୍ଷୟ ଜେନା, ଅତିରିକ୍ତ ଏସପି ହେମନ୍ତ ପାଢ଼ୀ, ବୀରେନ୍ଦ୍ର ନାଏକଙ୍କ ସମେତ, ଏସ ଡିପିଓ ରାଜ କିଶୋର ମିଶ୍ର, ଆଇ ଆଇ ସି ପଦ୍ମାସିନୀ ମେହେର ,ଏ ଏସ ଆଇ ଶ୍ରୀ ବିଶି, ଶ୍ରୀ ପଧାନ, ପ୍ରମୁଖ ଜିଲ୍ଲା ପୋଲିସ ପ୍ରଶାସନ ର ବିଭିନ୍ନ ଅଧିକାରୀ, ମିଡ଼ିଆ, ଜନ ସାଧାରଣ ଯୋଗ ଦେଇଥିଲେ ।