ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଆଜି ସାଇବର ସୁରକ୍ଷା ଅଭିଯାନ ସଚେତନତା ରଥର ଶୁଭାରମ୍ଭ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀ , ଏସ.ଡି.ଜେ.ଏମ ରୁଦ୍ର ପ୍ରକାଶ ନାୟକ, ଅତିରିକ୍ତ ଜିଲ୍ଲାପାଳ ଦେବବର ପ୍ରଧାନ, ବନଖଣ୍ଡ ଅଧିକାରୀ ପ୍ରତାପ କତାପାଲ୍ଲୀ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ.ଅନିଲ ମିଶ୍ର ପ୍ରମୁଖ ଯୋଗ ଦେଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଦିନକୁ ଦିନ ରାଜ୍ଯ ହେଉ ଅବା ଦେଶରେ ଯେଭଳି ସାଇବର ଅପରାଧ ବୃଦ୍ଧି ପାଉଛି ସେଗୁଡ଼ିକୁ ରୋକା ଯିବାକୁ ହେଲେ କିଭଳି ପ୍ରସ୍ତୁତ ତଥା ସଜାଗ ରହିବାକୁ ହେବ ସେ ସମ୍ପର୍କରେ ଏହି ରଥ ଜିଲ୍ଳାର ଜନ ସାଧାରଣଙ୍କୁ ସଚେତନ କରିବ ବୋଲି କହିଥିଲେ ଶ୍ରୀ ୱାଧୱାନୀ । ଏହି ଅବସରରେ ଜିଲ୍ଲାର ସାଇବର ସ୍ୱେଚ୍ଛାସେବୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ଟି.ସାର୍ଟ ପ୍ରଦାନ କରାଯାଇଥିଲା । ପରେ ଏହି ସଚେତନତା ରଥ ମାଲକାନଗିରି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିବା ସହ ମାଲକାନଗିରି ମହାବିଦ୍ୟାଳୟ ଠାରେ ପହଂଚିଥିଲା । ଆଜିର ଏହି ରଥର ଶୁଭାରମ୍ଭ ଉତ୍ସବରେ ମାଲକାନଗିରି ସ୍ଥିତ ମହା ବିଦ୍ୟାଳୟ ଗୁଡିକରୁ ବହୁ ଛାତ୍ରଛାତ୍ରୀ ତଥା ପୋଲିସ କର୍ମଚାରୀ, ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ରହି ସଚେତନତା ରଥ ପରିକ୍ରମା ରେ ସାଇବର ଠକେଇରୁ କିଭଳି ବଞ୍ଚିବା ତା ଉପରେ ନାରାବାଜି ଦେବାସହ ଜନ ସାଧାରଣଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇ ଥିଲେ ।