ଭୁବନେଶ୍ୱର, 28 ଫେବୃଆରୀ ଛ – ନବୀନ ନିବାସରେ ଟିକେଟ୍ ଆଶାୟୀଙ୍କର ଲାଗିଛି ଭିଡ଼ । ଟିକେଟ୍ ପାଇଁ ଜୋରଦାର ଲବି କରୁଛନ୍ତି । ୧୦ ହଜାର ଆଶାୟୀଙ୍କ ପରେ ମଧ୍ୟ ପ୍ରତିଦିନ ବଢ଼ି ଚାଲିଛି ଆବେଦନଙ୍କ ସଂଖ୍ୟା । କିଏ ବାୟୋଡାଟା ସହ ଆସିଛି ତ ଆଉ କିଏ ସାଙ୍ଗରେ ବିଭିନ୍ନ ସଙ୍ଗଠନକୁ ଧରି ଦମ୍ ଦେଖାଇବା ପାଇଁ ଚେଷ୍ଟା କରୁଛି । ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେବା ଆଳରେ ଟିକେଟ ପାଇଁ କସରତ କରୁଛନ୍ତି ।

ନବୀନ ନିବାସ ଆସିଛନ୍ତି ପ୍ରିୟଙ୍କା ମଲ୍ଲିକ । ସେ କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ଆଶାୟୀ ଅଛନ୍ତି । ତେଣୁ ହାତରେ ବାୟୋଡାଟା ଧରି ସେ ଆଜି ନବୀନ ନିବାସ ଗେଟ ପାଖରେ ପହଂଚିଛନ୍ତି । ତାଙ୍କ କହିବା କଥା ଢେରେଦିନ ଧରି ତାଙ୍କ ଶାଶୁ-ଶ୍ୱଶୂର ଓ ପୂରା ପରିବାର ଦଳରେ ଅଛନ୍ତି । ତେଣୁ ତାଙ୍କ ଆଶା, ମହିଳା ପ୍ରାର୍ଥୀ ଭାବେ ଦଳ ତାଙ୍କୁ ପ୍ରାଧାନ୍ୟ ଦେବ ।
ଅନ୍ୟପଟେ ବିଭିନ୍ନ ସଂଗଠନ ସହ ନବୀନ ନିବାସରେ ପହଂଚିଥିଲେ ସାଂସଦ ରମେଶ ମାଝୀ, ଅଶୋକ ପଣ୍ଡା ଓ ଶ୍ରୀମୟୀ ମିଶ୍ର । ସେଠୁ ବାହାରିବା ପରେ ରମେଶ ମାଝୀ କହିଛନ୍ତି, କେଉଁଠୁ ଲଢିବି ସେ ନେଇ ଦଳକୁ କହିଛି । ସୁପ୍ରିମୋ ଯାହା ନିଷ୍ପତି ନେବେ । କୁହାଯାଉଛି ଦଳ ଏଥର ଆଗୁଆ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ତେଣୁ ପ୍ରାୟ ୫୦ ପ୍ରତିଶତ ବିଧାୟକଙ୍କୁ ଗ୍ରୀନ ସିଗନାଲ ଦିଆଯାଇ ସରିଛି । ଆଉ ଯେଉଁଠି ଯେଉଁଠି ବଦଳିବେ ସେ କସରତ ଆରମ୍ଭ ହୋଇଛି ।