କୋରେଇ : ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରୁଥିବା ବେସରକାରୀ ସଙ୍ଗଠନ ହ୍ୟାବିଟାରଫର ହ୍ୟୁମାନିଟି ଇଣ୍ଡିଆ ଦ୍ଵାରା ପରିଚାଳିତ ନିର୍ମାଣଶ୍ରୀର ପ୍ରକଳ୍ପ ଉପଦେଷ୍ଟା କମିଟିର ତ୍ରୈମାସିକ ବୈଠକ ଗୁରୁବାର ଦିନ ପାଣିକୋଇଲି ସ୍ଥିତ ସଂସ୍କାର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂସ୍କାର ରାଜ୍ୟ ପ୍ରକଳ୍ପ ପରିଚାଳକ ପ୍ରବୋଧ ମହାରଣାଙ୍କ ସଭାପତିତ୍ଵରେ ଆୟୋଜିତ ଉକ୍ତ ବୈଠକରେ ମୂଖ୍ୟ ଅତିଥି ଭାବେ କୋରାଇ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଜୟନ୍ତୀ ଦଳାଇ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ମନରେଗାର ଲୋକପାଳ ହୃଷିକେଶ ପଣ୍ଡା ଯୋଗ ଦେଇଥିଲେ । ସେହିପରି ଅନ୍ୟତମ ଅତିଥି ଭାବେ ଆକ୍ସିସ ବ୍ୟାଙ୍କର କର୍ମଚାରୀ ସ୍ମୃତି ରଞ୍ଜନ ସାହୁ ଯୋଗଦେଇଥିଲେ। । ସଂସ୍ଥା ପକ୍ଷରୁ କୋରାଇ ବ୍ଳକ ଖମଣ ଓ ଧନେଶ୍ଵର ପଞ୍ଚାୟତର ୪୫୦ ଜଣ ମହିଳାଙ୍କୁ ଆତ୍ମନିଭରଶୀଳ ହେବା ଲାଗି ରାଜମିସ୍ତ୍ରୀର ପ୍ରଶିକ୍ଷଣ ସହିତ ୮ ଜଣ ମହିଳାଙ୍କୁ ବ୍ୟବସାୟ ଆରମ୍ଭ କରିବା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ବୋଲି ସଂସ୍କାର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସାଇରାଜ ସାହୁ ଜଣାଇବା ସହିତ ଆଗାମୀ ଦିନରେ ଅନ୍ୟ ପଞ୍ଚାୟତ ଗୁଡ଼ିକରେ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ନେତାଜୀ ଯୁବକ ସଂଘ ସଭାପତି ହରେକୃଷ୍ଣ ନାୟକ, କରିଦା ସରପଞ୍ଚ ଅନିମା ମଲ୍ଲିକ, ବ୍ଲକ ସ୍ତରୀୟ ମହିଳା ସୟଂ ସହାୟିକ ଗୋଷ୍ଠୀ ଫେଡ଼େରେସନର ସଭାପତି ସୌଦାମିନୀ ସାହୁ ଉପସ୍ଥିତ ଥିଲେ । ଶେଷରେ ସଂସ୍କାର ଫେଡ଼େରେସନ ସଂଯୋଜକ ଜଶସ୍ଵୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
April 8, 2025