ଭୁବନେଶ୍ୱର : ସଚିବ ଭିକେ ପାଣ୍ଡିଆନ ଯୁଆଡେ ଯିବେ କଂଗ୍ରେସ ଅଣ୍ଡା ମାଡ଼ ଓ କାଳୀ ମାଡ଼ କରିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।
ମହିଳା ନିର୍ଯାତନାରେ ଓଡିଶା ଦେଶରେ ପ୍ରଥମ । ବେବିନାଠୁ ମମିତା ସବୁଠି ରାଜ୍ୟ ସରକାର ଲୁଚାଇବା ପାଇଁ ଚେଷ୍ଟା କରିଛନ୍ତି । ଏଭଳି ମାମଲାରେ ବିଜେଡି ନେତାଙ୍କ ନାଁ ସାମ୍ନାକୁ ଆସୁଥିଲେବି ସମ୍ପୃକ୍ତ ବିଜେଡି ନେତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଏ ନାହିଁ । ମାହାଙ୍ଗାରେ ୩ଟି ହତ୍ୟାକାଣ୍ଡରେ ସ୍ଥାନୀୟ ବିଧାୟକଙ୍କ ନାଁ ଆସିଲା ହେଲେ ତାଙ୍କୁ ଛାଡି ଦିଆଗଲା । ସେହିପରି ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲାରେ ଆଜି ପର୍ଯ୍ୟନ୍ତ ଡିଆଇଜିଙ୍କ ପତ୍ନୀଙ୍କ ନାଁରେ ମାମଲା ହେଲାନି କି ଗିରଫ କରାଗଲାନି ବୋଲି ବିଧାୟକ କହିଛନ୍ତି ।