ଭୁବନେଶ୍ୱର, ୦୮ ସେପ୍େଟମ୍ବର – କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରାଯାଇଛି । ଗଣମାଧ୍ୟମରେ ବକ୍ତବ୍ୟ ଦେବା ସହ କାରଣ ଦର୍ଶାଅ ନୋଟିସର ଜବାବ ନ ଦେବା ଯୋଗୁଁ ଆଜି କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଥିବା ନେଇ ସୂଚନା ଦିଆଯାଇଛି ।
ଆଜି ପ୍ରଦେଶ କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ କୁହାଯାଇଛି ଯେ ମନ୍ମଥ ଦଳର ସଦସ୍ୟ ଥାଇ ବି ନଥିବା ଭଳି ମନ୍ତବ୍ୟ ଦେଇଥିଲେ, ତାଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯିବା ସତ୍ତ୍ୱେ ସେ ଏହାର ଉତ୍ତର ନ ଦେଇଥିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ କିଛି ଦିନ ତଳେ ସୁର ରାଉତରାୟଙ୍କ ପୁତ୍ର ଗଣମାଧ୍ୟମକୁ କହିଥିଲେ ଯେ ସେ ଆଗାମୀ ନିର୍ବାଚନ କଂଗ୍ରେସ ଟିକେଟରେ ଲଢିବେ ନାହିଁ । ତେବେ ସେ କେଉଁ ଦଳରୁ ଲଢିବେ ସେ ନେଇ କିଛି ସ୍ପଷ୍ଟ କରି ନ ଥିଲେ ।