ଜୟପୁର, ୦୫ ଅକ୍ଟୋବର – ଦୁଇ ଦିନିଆ ଅବିଭକ୍ତ କୋରାପୁଟ ଗସ୍ତରେ ରାଜ୍ୟ କଂଗ୍ରେସ ଟିମ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା କୁ ବି ବଖାଣିବେ । ବିଜେଡି ଓ ବିଜେପି ପାଇଁ ଗୋଟିଏ ମାତ୍ର ବିକଳ୍ପ କଂଗ୍ରେସ ଦଳ । ମାଲକାନଗିରି ଜନସମାବେଶରେ ସାମିଲ ହେବା ପୂର୍ବରୁ କଂଗ୍ରେସ ର ଟିମ ଜୟପୁରରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଜୟପୁର ସହର ଭିତରେ ବାଇକ ଶଭାଯାତ୍ରା ସହ ନିଜର ଉପସ୍ଥିତି କୁ ଜାହିର କରିଛି କଂଗ୍ରେସ । ପାରବେଢ଼ା ଟ୍ରାଫିକ ଛକ ଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା କଂଗ୍ରେସ ଦଳର ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲା କୁମାର, ବିଜୟ ପଟ୍ଟନାୟକ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସହ ଅନେକ ଟାଣୁଆ ନେତା ଏହି ଶୋଭାଯାତ୍ରା ରେ ସାମିଲ ଥିଲେ । ଆଜି ମାଲକାନଗିରି ଠାରୁ ଆରମ୍ଭ ହେଇଛି କଂଗ୍ରେସର ବିଜୟ ଅଭିଯାନ ଯାତ୍ରା । ଜୟପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ପିସିସି ସଭାପତି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ ଆଉ ଚାଲିବ ନାହିଁ ଅଫିସର ରାଜ ଜନସାଧାରଣ ଆଉ ମୁଖ୍ୟମନ୍ତ୍ରୀ ଙ୍କୁ ଦେଖିବାକୁ ପାଉ ନାହାଁନ୍ତି । ଦେଶରେ ଓଡିଶା ଦରିଦ୍ରରେ ଏକ ନମ୍ବର ହେଲାଣି । ବିଜେଡି ଯାହା କହିଥିଲା ତା ଆଉ ପାଳନ କରିନାହିଁ । ୨ଲକ୍ଷ ରୋଜଗାର ଦେବା ସହ ୩୧୪ ବ୍ଲକ ରେ ପାଣି ଯୋଗାଇବେ,୧୨ହଜାର ବିଦ୍ୟାଳୟ ନିର୍ମାଣ କରିବା ତାହା କରିପାରିନାହିଁ । ଏପରିକି ୧୬ଲକ୍ଷ ଲୋକ ଖାଇବାକୁ ପାଉ ନାହାଁନ୍ତି । କଂଗ୍ରେସ ଅମଳରେ କୋରାପୁଟ ଜିଲ୍ଲାରେ ସବୁ କଲକାରଖାନା ତିଆରି କରିଛି କିନ୍ତୁ ବିଜେଡି ଶାସନ କାଳରେ ଗୋଟିଏ ବି କଲକାରଖାନା ଦେଖନ୍ତୁ ବୋଲି କଂଗ୍ରେସ କହିଛି । କଂଗ୍ରେସ ଶାସନକୁ ଆସିଲେ ସବୁ ବିକାଶ କରିବ । ଜୟପୁର ଶୋଭାଯାତ୍ରା ରେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଜିଲା ସଭାପତି ଦୁର୍ଗା ଶଙ୍କର ସାହୁ, ବିନୋଦ ମହାପାତ୍ର ନିହାର ବିଶୋଇ ସମେତ ହଜାର ହଜାର କଂଗ୍ରେସ କର୍ମୀ ଓ ନେତା ଉପସ୍ଥିତ ଥିଲେ ।