ଭୁବନେଶ୍ୱର : ବିଜେଡିର ପରିବାର ସମ୍ପର୍କ ଅଭିଯାନକୁ ନେଇ ବର୍ଷିଲା କଂଗ୍ରେସ । କଂଗ୍ରେସର ବରିଷ୍ଠ ନେତା ଜୟଦେବ ଜେନା କହିଛନ୍ତି ଯେ, 24 ବର୍ଷର ଶାସନ ପରେ ବି ରାଜ୍ୟର ପରିବାର ପାଖରେ ପହଞ୍ଚି ପାରିନି ବିଜେଡି । ସରପଞ୍ଚ ଠାରୁ ପାଚିକା ପର୍ଯ୍ୟନ୍ତ ସମସ୍ତେ ସରକାର ବିରୋଧରେ ଅତିଷ୍ଠ ହୋଇ ମୁଁହ ଖୋଲିଲେଣି । ବିଜେଡି ଏହି ଅସନ୍ତୁଷ୍ଟ ପରିବାରକୁ ଭେଟି ସାନ୍ତ୍ୱନା ଦେବା ପାଇଁ ଚେଷ୍ଟା କରୁଛି । ଜନ ସମ୍ପର୍କ ଅଭିଯାନ ଭଳି ଏହା ମଧ୍ୟ ସଫଳ ହେବ ନାହିଁ ବୋଲି କହିଛନ୍ତି ଜୟଦେବ ଜେନା ।