ଭୁବନେଶ୍ୱର, 20 ଅକ୍ଟୋବର – ରାଜଧାନୀରେ ଲୋକଙ୍କ ଘର ଉପରେ ନଜର ରଖିବ କମିଶନରେଟ୍ ପୋଲିସ । ଘରେ ତାଲା ପକାଇ ପୂଜା ବୁଲିବାକୁ ଯାଉଥିଲେ ଥାନାରେ ସୂଚନା ଦେବାକୁ ଅନୁରୋଧ କରିଛି କମିଶନରେଟ୍ ପୋଲିସ୍ । ଭୁବନେଶ୍ୱର ୨ ନମ୍ବର ଜୋନ ଏସିପି ଗିରିଜା ଚକ୍ରବର୍ତୀ ସହରବାସୀଙ୍କୁ ଅନୁରୋଧ କରି କହିଛନ୍ତି, ଆପଣ ପୂଜା ବୁଲିବାକୁ ଯାଉଥିଲେ ଘର ଭଲ ଭାବେ ତାଲା ପକାନ୍ତୁ । ପାଖ ପଡୋଶୀଙ୍କୁ ଜଣାଇ ବାହାରକୁ ଯାଆନ୍ତୁ । ଆଉ ଲୋକାଲ ଥାନା ପୁଲିସକୁ ଟିକେ ଜଣାଇ ଦିଅନ୍ତୁ । ଏହାଦ୍ୱାରା ଆମେ ସଂପୃକ୍ତ ଅଂଚଳରେ ପିସିଆର ଅଧିକ ବୁଲାଇବୁ ବୋଲି ଏସିପି ଶ୍ରୀ ଚକ୍ରବର୍ତୀ କହିଛନ୍ତି । ପାର୍ବଣ ସମୟରେ ଅପରାଧ ରୋକିବାକୁ ଏହି ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍ ।