ରାଂଚି – ଏନ୍ଟିପିସି ମାଇନିଂ ଲିମିଟେଡ୍ ଏହାର ପ୍ରଥମ ବାଣିଜ୍ୟିକ କୋଇଲା ଖଣି ଉତରୀ ଦାଢୁ ପାଇଁ କୋଇଲା ଖଣି ବିକାଶ ଏବଂ ଉତ୍ପାଦନ ଚୁକ୍ତିନାମା ସ୍ୱାକ୍ଷର କରିଛି, ଯାହା ବାଣିଜ୍ୟିକ କୋଇଲା ନିଲାମ ରାଉଣ୍ଡର ସପ୍ତମ କିଶ୍ତିରେ ଜିତିଥିଲା ।
ନାମାଙ୍କନ ପ୍ରାଧିକାରୀ , କୋଇଲା ମନ୍ତ୍ରଣାଳୟ ଏବଂ ସିଇଓ, ଏନ୍ ଏମ୍ ଏଲ୍ ମାଧ୍ୟମରେ ଭାରତ ସରକାରଙ୍କ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । କୋଇଲା ସଚିବ ଅମୃତ ଲାଲ ମୀନା ଏମଓସି ସମ୍ମିଳନୀ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସିଇଓ ଏନଏମଏଲ ଅନିମେଶ ଜେନଙ୍କୁ ସ୍ୱାକ୍ଷରିତ ଚୁକ୍ତିନାମା ହସ୍ତାନ୍ତର କରିଛନ୍ତି । କୋଇଲା ସଚିବ ଏମ୍ଏନ୍ଏଲ୍ଙ୍କୁ ଲାତେହର ଜିଲ୍ଲାସ୍ଥିତ ବ୍ଲକ ଜିତିବା ପାଇଁ ଅଭିନନ୍ଦନ ଜଣଛନ୍ତି ।