ବଲାଙ୍ଗିର- ବଲାଙ୍ଗୀର ସହରରେ ପାନୀୟଜଳ ଯୋଗାଣକୁ ବ୍ୟବସ୍ଥିତ କରିବାକୁ ରାଜ୍ୟସରକାର ପଦକ୍ଷେପ ନେଇଛନ୍ତି । ଆଜି ବଲାଙ୍ଗୀରର ଘରଗୁଡିକୁ ଜଳ ଯୋଗାଣ ପାଇଁ ମଞ୍ଜୁର ହୋଇଥିବା ୧୩୭କୋଟି ଟଙ୍କାର ପ୍ରକଲ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଶିଳାନ୍ୟାସ କରିଥିବା ବେଳେ ୭୮ଲକ୍ଷ ଟଙ୍କାର ବ୍ୟୟରେ ନିର୍ମିତ ଭୂତଳ ପାଣିଟାଙ୍କିର ଶୁଭଉଦଘାଟନ କରିଛନ୍ତି ।

ବଲାଙ୍ଗୀର ସହରରେ ଘରକୁ ଘର ପାନୀୟଜଳ ଯୋଗାଣ ପାଇଁ ରାଜ୍ୟସରକାର ଜନସ୍ୱାସ୍ଥ୍ୟବିଭାଗ ଜରିଆରେ ୧୩୭କୋଟି ୨୯ଲକ୍ଷ ଟଙ୍କା ଖର୍ଚ୍ଚକରିବେ । ଏଥିରେ ସହରର ୧୧,୭୦୨ ପରିବାରର ୭୦,୧୯୯ ଜଣ ଲୋକ ଶୁଦ୍ଧପାନୀୟଜଳ ପାଇପାରିବେ ବୋଲି ଲକ୍ଷ୍ୟ ରଖାଯାଇଛି । ସେହିପରି ବିଏସଏନଏଲ ଅଫିସ ପାଖରେ ନିର୍ମାଣ ହୋଇଥିବା ୭୮ଲକ୍ଷ ଟଙ୍କାର ଭୂତଳ ପାଣିଟାଙ୍କିକୁ ଉଦଘାଟନ କରାଯାଇଛି । ସ୍ଥାନୀୟ ସୁଦପଡା କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏହି ସଭାରେ ବଲାଙ୍ଗୀରର ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ,ପୌରାଧ୍ୟକ୍ଷା ଲିକା ସାହୁ,ଉପାଧ୍ୟକ୍ଷା ଗାୟିତ୍ରୀ ଭୋଇ,ଜନସ୍ୱାସ୍ଥ୍ୟବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ.ଇନ୍ଦ୍ରଜିତ ସାହୁ, ପୌର ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର,ସମସ୍ତ କାଉନସିଲର ଗଣଙ୍କ ସହ ସହରର ବହୁସଂଖ୍ୟାରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀର ସଦସ୍ୟାମାନେ ଯୋଗ ଦେଇଥିଲେ । ଏହି ଅବସରରେ ଓଏଚବିସିର ଅଧ୍ୟକ୍ଷ କଳିକେଶନାରାୟଣ ସିଂଦେଓ ଉପସ୍ଥିତ ଜନତାଙ୍କୁ କହିଥିଲେ ଯେ,୧୯୯୧ ମସିହାରେ ବିଜୁପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବଲାଙ୍ଗୀର ସହରକୁ ୧୮ କୋଟି ଟଙ୍କା ବ୍ୟୟରେ ସୋନପୁର ସହରରୁ ପାନୀୟଜଳ ଆଣିଥିଲେ । ସେହିପରି ୨୦୧୨- ୧୩ ମସିହାରେ ଅନଙ୍ଗଉଦୟ ସିଂଦେଓ ବିଧାୟକ ଓ କଳିକେଶନାରାୟଣ ସିଂଦେଓ ସାଂସଦ ଥିବା ସମୟରେ ତରଭା ନିକଟସ୍ଥ ତେଲନଦୀରୁ ୬୦କୋଟି ଟଙ୍କା ବ୍ୟୟରେ ପାଣି ଅଣାଯାଇଥିଲା । ଏବେ ବଲାଙ୍ଗୀର ପୌର ପରିଷଦ ତଥା ରାଜ୍ୟହାସିଂବୋର୍ଡର ଅଧ୍ୟକ୍ଷଙ୍କ ପ୍ରସ୍ତାବ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୩୭କୋଟି ଟଙ୍କାର ପ୍ରକଲ୍ପ ଦେଇଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଳିକେଶ ନାରାୟଣ ସିଂଦେଓ ଓ ପୌରଧ୍ୟକ୍ଷା ଲିକା ସାହୁ କୃତଜ୍ଞତା ଜଣାଇଥିଲେ । ପ୍ରକାଶ ଯେ,ଏହି ୧୩୭କୋଟି ଟଙ୍କାର ପାନୀୟଜଳ ପ୍ରକଲ୍ପରେ ଗୋଟିଏ ବଡ ଇନଟେକ ୱେଲ,୧୧ଟି ଓଭରହେଡ ଟେଙ୍କ,୪୯ କିମିର ପାଇପଲାଇନ ନିର୍ମାଣ କରାଯିବ ବୋଲି ଜନସ୍ୱାସ୍ଥ୍ୟବିଭାଗର ନିର୍ବାହୀଯନ୍ତ୍ରୀ ଇଂ.ସାହୁ ସୂଚନା ଦେଇଛନ୍ତି ।ର