ଗୋରଖପୁର : ଆଜି ଶାରଦୀୟ ନବରାତ୍ରୀର ନବମୀ ତିଥି । ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଗୋରକ୍ଷପୀଠାଧୀଶ୍ୱର ପୀଠର ପରମ୍ପରା ନିର୍ବାହ କରିଛନ୍ତି । ବିଧିବିଧାନରେ କନ୍ୟା ପୂଜନ କରି ମାତୃଶକ୍ତିଙ୍କର ଆରାଧନା କରିଛି ଯୋଗୀ । ଏହି ଅବସରରେ ସେ କହିଛନ୍ତି ଯେ, ମାତୃଶକ୍ତିର ଆରାଧନା ସର୍ବୋପରି ଅଟେ ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଆ ଦୁର୍ଗାଙ୍କ ନଅ ସ୍ୱରୂପର ପ୍ରତୀକ ନଅ କୁମାରୀ କନ୍ୟାଙ୍କ ପାଦ ଧୋଇଥିଲେ । ଏହାପରେ ତାଙ୍କୁ ଚୁନରୀ ଘୋଡାଇ ଆଳତୀ କରିଥିଲେ । ଏହାପରେ ସେମାନଙ୍କୁ ଭୋଜନ କରାଇଥିଲେ, ଦକ୍ଷିଣ ଓ ଉପହାର ଦେଇ ଆଶୀର୍ବାଦ ନେଇଥିଲେ ।