ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀଙ୍କୁ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି, ସୁପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ଗୀତ ଗୋବିନ୍ଦ ଆବୃତିର ତାଙ୍କ ସ୍ୱତନ୍ତ୍ର ଶୈଳୀ ସହ ଶାସ୍ତ୍ରୀୟ ସଙ୍ଗୀତ ଓଡ଼ିଶୀ ତଥା ପାରମ୍ପରିକ ସଙ୍ଗୀତ ଛାନ୍ଦ, ଚମ୍ପୁର ପ୍ରସାରରେ ବହୁମୂଲ୍ୟ ଅବଦାନ ପାଇଁ ସେ ସମସ୍ତଙ୍କ ଚିରଆଦର୍ଶ ହୋଇ ରହିବେ।