ଜୟପୁର, ୨୮ ଫେବୃଆରୀ – କୋରାପୁଟ ଜିଲା ଜୟପୁର ଫୁଲବାଡ ପଡିଆ ଠାରେ ଜିଲା ବିଜ୍ଞାନ କେନ୍ଦ୍ର ଆଜି ଲୋକାର୍ପଣ ହୋଇଛି । ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଭିଡଓ କନଫରନ୍ସି ଦ୍ୱାରା ଲୋକାର୍ପଣ କରିଛନ୍ତି । ଜୟପୁର ସ୍ଥିତ ବିଜ୍ଞାନ କେନ୍ଦ୍ର ପରିସରରେ ଆୟୋଜିତ କାଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, କୋରାପୁଟ ବିଧାୟକ ରଘୁ ରାମ ପଡାଲ, କୋଟପାଡ ବିଧାୟିକା ପଦ୍ମିନି ଦିଆନ, ଜିଲାପାଳ ଭି କିର୍ତି ଭାସନ, କେସିସି ବ୍ୟାଙ୍କ ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଜିଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ, ଜୟପୁର ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଉପାଧ୍ୟକ୍ଷ ବି ସୁନିତା, ପୌର କାଯ୍ୟନିବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ, ବିଡିଓ ଶକ୍ତି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏସଡିସି ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝୀ, କୋରାପୁଟ ପୌର ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠି ପ୍ରମୁଖ ଉପସ୍ଥିତ ଥିଲେ । ଗତ ୩.୩.୨୧ ରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଭିତି ପ୍ରସ୍ତର ଦେଇଥିଲେ । ଏହି ବିଜ୍ଞାନ କେନ୍ଦ୍ର ସାଢେ ୬ ଏକର ଜମିରେ ନିର୍ମାଣ ହୋଇଥିବା ବେଳେ ୬ କୋଟି ୫୦ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ହୋଇଛି ।